Latest Odisha News

BREAKING NEWS

ପୋଲିସ ଗାଡି ଧକ୍କାରେ ଜିଆର୍‌ଏସ୍‌ଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପଙ୍ଗାମ ନିକଟରେ ପୋଲିସ ଗାଡି ଧକ୍କାରେ ଜଣେ ଜିଆର୍‌ଏସ୍‌ଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ବାଲାରାଜୁ ସାହୁ । ସେ ନାଏକଗୁଡା ପଂଚାୟତରେ ଜିଆର୍‌ଏସ୍ ଭାବେ କାମ କରୁଥିଲେ । ସେପଟେ ଏହି ଦୁର୍ଘଟଣାରେ ୩ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଲିସ କର୍ମଚାରୀ ପଙ୍ଗାମରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମାଥିଳି ଆଇଆଇସି ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.