Latest Odisha News

BREAKING NEWS

‘ବ୍ୟାଙ୍କ ଅଫ ଇଣ୍ଡିଆ’ର ବେତନଟୀ ଶାଖାରେ ଅଗ୍ନିକାଣ୍ଡ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର ସିଷ୍ଟମ ନଷ୍ଟ ହୋଇଯାଇଛି । ବିଦ୍ୟୁତ ସଟ୍ ସର୍କିଟରୁ ଅଗ୍ନିକାଣ୍ତ ହୋଇଥିବା ସନ୍ଦେହ କରାଯାଉଛି।

ତେବେ ଗତ ଶନିବାର ଓ ରବିବାର ବ୍ୟାଙ୍କ ବନ୍ଦ ଥିବାରୁ କେଉଁଦିନ ଅଗ୍ନିକାଣ୍ତ ହୋଇଛି ତାହା ଏଯାଏଁ ଜଣାପଡି ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ସୋମବର ଦିନ ସକାଳୁ ବ୍ୟାଙ୍କ ଖୋଲା ହେବା ପରେ ଝାଡୁଦାର ଅଗ୍ନିକାଣ୍ତ ହୋଇଥିବାର ଦେଖି ବ୍ୟାଙ୍କ ମ୍ୟାନେଜରଙ୍କୁ ଖବର ଦେଇଥିଲେ । ମ୍ୟାନେଜର ପହଞ୍ଚିବାପରେ ଘଟଣା ସମ୍ପର୍କରେ ଉଚ୍ଚ ଅଫିସରଙ୍କୁ ଅବଗତ କରାଇଛନ୍ତି । ବ୍ୟାଙ୍କ ଭିତରେ କମ୍ପ୍ୟୁଟର ,ପ୍ରିଣ୍ଟର ସହିତ ବହୁ ଜିନିଷପତ୍ର ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି ।

ଏଥିପାଇଁ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସହ ଗ୍ରାହକ ମଧ୍ୟହନ୍ତସନ୍ତ ହେଉଛନ୍ତି । ତେବେ ଅଗ୍ନିକାଣ୍ଡ ଘଟିବାର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.