ଭୁବନେଶ୍ବର : ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ଧର୍ମଘଟ ଡାକରା ଦେଲା ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ । ଆସନ୍ତା ୧୫ ଓ ୧୬ ତାରିଖରେ ଦୁଇ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ସଂଘ । ଏନେଇ ସୂଚନା ଦେଇଛନ୍ତି AIBOCର ଓଡ଼ିଶା ୟୁନିଟ୍ ସଭାପତି ଦାମୋଦର ନନ୍ଦ । ଏହି ଦୁଇ ଦିନ ଧର୍ମଘଟ ଯୋଗୁ ଅଧିକାଂଶ ପବ୍ଲିକ ସେକ୍ଟର ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ବନ୍ଦ ରହିବ ।
ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ସାମିଲ ହେବ ରାଜ୍ୟର ୫୫୦୦ ବ୍ୟାଙ୍କର ୩୦ ହଜାର କର୍ମଚାରୀ । ଦୁଇଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଓ ଗୋଟିଏ ବୀମା କମ୍ପାନୀକୁ ଘରୋଇ କରଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ଯାହାକୁ ବ୍ୟାଙ୍କ କର୍ମଚାରୀମାନେ ବିରୋଧ କରିଛନ୍ତି । ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବାକୁ ଘୋଷଣା କରିଛନ୍ତି ।
Comments are closed.