Latest Odisha News

BREAKING NEWS

କେବେ ରିଲିଜ୍ ହେବ ଓଡିଆ ଫିଲ୍ମ “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର” ?

ଭୁବନେଶ୍ୱର: ଅପେକ୍ଷାର ଅନ୍ତ କେବେ ହେବ ? କେବେ ସାମ୍ନାକୁ ଆସିବ ଅଭିଷେକ, ଅଙ୍କିତା ଓ ମହିମାଙ୍କ ଟ୍ରାଏଙ୍ଗଲ ଲଭ କେମିଷ୍ଟ୍ରୀ ? କେବେ ରିଲିଜ୍ ହେବ ଫିଲ୍ମ “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର” ? କିଛି ଏପରି ପ୍ରଶ୍ନ ଓଡିଆ ଫିଲ୍ମପ୍ରେମୀଙ୍କ ମନରେ ଘୁରିବୁଲୁଥିଲା । ଶେଷରେ ଭୁବନେଶ୍ୱରରେ ଆୟୋଜିତ ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା କାର୍ଯ୍ୟକ୍ରମରେ ଏହି ସମସ୍ତ ପ୍ରଶ୍ନର ଉତ୍ତର ମିଳିଛି ।

ଫିଲ୍ମର ରିଲିଜ ଡେଟ୍ ଘୋଷଣା କରିବା ଅବସରରେ ଷ୍ଟାରକାଷ୍ଟଙ୍କ ସମେତ ପ୍ରଯୋଜକ ବଦ୍ରିନାଥ ପଟ୍ଟନାୟକ, ନିର୍ଦ୍ଦେଶକ ରଂଜିତ ବାରିକ ଓ କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ । ଅନ୍ୟପଟେ ମୁଖ୍ୟ ଭୂମିକାରେ ଆସୁଥିବା ଅଭିଷେକ, ଅଙ୍କିତା ଓ ମହିମା ପ୍ରେସ୍ କନଫେରେନ୍ସରେ ବେଶ ଏକ୍ସାଇଟିଂ ମୁଡ୍‌ରେ ନଜର ଆସିଥିଲେ ।

ଏହି ଫିଲ୍ମକୁ ନେଇ ପ୍ରଯୋଜକଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକ ତଥା ସମସ୍ତ କଳାକାର ବେଶ ଆଶାୟୀ ଅଛନ୍ତି । ଆସନ୍ତା ଅପ୍ରେଲ୍ ୧ରେ ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ । ବନସ୍ୱର୍ଣ୍ଣ ଟେଲିଭିଜିନ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନର୍ ତଳେ ନିର୍ମିତ ଏହି ଫିଲ୍ମଟି ସମସ୍ତ ବର୍ଗର ଦର୍ଶକଙ୍କ ଚାହିଦା ମୁତାବକ ପ୍ରସ୍ତୁତ କରାଯାଇଛି । ଦମଦାର କାହାଣୀ, ଆଖିଦୃଶିଆ ପିକ୍‌ଚରାଇଜେସନ୍ ଓ ସୁସଜ୍ଜିତ ଗୀତର ଲିରିକ୍ସ ଲାଇନ୍ ଫିଲ୍ମର ୟୁଏସ୍‌ପି ଫାକ୍ଟର୍ ସାଜିଛି ।

କେବଳ କାହାଣୀ କି ଲିରିକ୍ସ ନୁହେଁ, ବରଂ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହ୍ୟୁମାନ୍ ସାଗର, ଇରା ମହାନ୍ତି ଓ ସ୍ୱୟମ୍ ପାଢୀଙ୍କ ଭଳି କଣ୍ଠଶିଳ୍ପୀଙ୍କ ସ୍ୱରରେ ଗୀତଗୁଡିକ ମଧ୍ୟ ଖୁବ ମନଛୁଆଁ ହୋଇପାରିଛି । ରୋମାନ୍ସ, ଫ୍ୟାମିଲି ଡ୍ରାମା, ଟ୍ରାଜେଡି ଓ ହାର୍ଟ ଟଚିଂ ଗୀତରେ ଭରପୁର ଥିବା ଏହି ଫିଲ୍ମଟି ଓଡିଶାର ୨୫ଟି ସିନେମା ହଲ୍‌ରେ ରିଲିଜ୍ ହେବାକୁ ଯାଉ

Leave A Reply

Your email address will not be published.