Latest Odisha News

BREAKING NEWS

 ଛଉ ନୃତ୍ୟ ସହିତ ତବଲା ଓ ଓଡ଼ିଶୀ ସଙ୍ଗୀତରେ ଦର୍ଶକ ବିମୋହିତ

ଭୁବନେଶ୍ୱର : ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଆୟୋଜିତ ୧୪ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଓଡିଶୀ ଓ ଛଉ ନୃତ୍ୟ ସହିତ ତବଲା ବାଦନ ଏବଂ ଓଡ଼ିଶୀ ସଙ୍ଗୀତର ସୁନ୍ଦର ମିଶ୍ରଣରେ ରବୀନ୍ଦ୍ର ମଣ୍ଡପରେ ଦର୍ଶକ ବିମୋହିତ ହୋଇଥିଲେ । କଟକ କଳା ବିକାଶ କେନ୍ଦ୍ରର ଶିଳ୍ପୀ ମାନଙ୍କ ଦ୍ୱାରା ଅଭିନୟ “ବିଘ୍ନ ବିନାଶନ” ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।

ସନ୍ଧ୍ୟାର ଦ୍ଵିତୀୟ କାର୍ଯ୍ୟକ୍ରମରେ ଗୁରୁ ପ୍ରତିଭା ପଣ୍ଡା ଏବଂ ସୁଶ୍ରୀ ଅଦିତି ପଣ୍ଡାଙ୍କ ଦ୍ୱାରା ପାରମ୍ପରିକ ଓଡ଼ିଆ ସଙ୍ଗୀତ “ରସଲତା” ଉପରେ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା।ଶୁଭାଶିଷ ଦାସଙ୍କ ତବଲା ବାଦନ ଏବଂ ବିଦୁଶୀ ଡ . ଶ୍ୟାମାମଣି ପଟ୍ଟନାୟକ , ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ବିଦୁଷି ସଙ୍ଗୀତା ପଣ୍ଡା ଏବଂ ଡ. ଦାମୋଦର ହୋତାଙ୍କ ଓଡ଼ିଶୀ ସଙ୍ଗୀତ ପରିବେଷଣ ଶ୍ରୋତା ଓ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା।

ଏହି ଅବସରରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ଉପ ନିର୍ଦ୍ଦେଶକ ଧୃବ ନନ୍ଦ , ଲେଖକ ବିଜୟ ମହାନ୍ତି , ରବୀନ୍ଦ୍ର ନାଥ ମହାନ୍ତି,ପ୍ରସେଂଜିତ ପୋଦାର, ସୀମାଞ୍ଚଳ ପଣ୍ଡା ଏବଂ ଗୁରୁ ଗଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।

Leave A Reply

Your email address will not be published.