କଟକ: ସିଲଭର ସିଟି କଟକରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି କଟକରେ ୨ଟି ନୂଆ କୋଭିଡ କେୟାର ସେଂଟର ପ୍ରସ୍ତୁତ କରାଯାଇଛି । ବାରବାଟୀ ଅଲିମ୍ପିକ ଆସୋସିଏସନ୍ ପରିସର ଓ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ କୋଭିଡ କେୟାର ସେଂଟାର ତିଆରି କରାଯାଇଛି ।
ବାରବାଟୀ ଅଲିମ୍ପିକ୍ ଆସୋସିଏସ୍ନ୍ରେ ୭୫ ଏବଂ ଇଣ୍ଡୋର ଷ୍ଟାଡିୟମରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର ତିଆରି ହୋଇଛି । ଯେଉଁ ରୋଗୀଙ୍କ ଲକ୍ଷଣ ନଥିବ ଏବଂ ଯାହାର ହୋମ୍ ଆଇସୋଲେସନ୍ ସୁବିଧା ନଥିବା ସେମାନେ ଏଠାରେ ରହିବେ । କେବଳ ସେତିକି ନୁହେଁ ଡାକ୍ତର ଏବଂ ନର୍ସ ମଧ୍ୟ ଏହି କୋଭିଡ କେୟାର ସେଂଟର ପାଇଁ ନିଯୁକ୍ତି ହୋଇଛନ୍ତି ।
Comments are closed.