Latest Odisha News

BREAKING NEWS

ଦିନ କୁ ଦିନ ବଢିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ଏହାର ଲକ୍ଷଣ…

ଭୁବନେଶ୍ଵର: ବର୍ଷା ଋତୁ ଆସୁ ଆସୁ ଏବେ ଡେଙ୍ଗୁର ପ୍ରଭାବ ବଢ଼ିବାରେ ଲାଗିଛି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଏହି ରୋଗ ପାଇଁ ଏହି ଋତୁ ବେଶ୍ ଅନୁକୂଳ ଅଟେ। ବର୍ଷା ହେତୁ ଅନେକ ସ୍ଥାନରେ ପାଣି ଭର୍ତ୍ତି ହୋଇଯାଏ । ଫଳରେ ମଶାମାନଙ୍କର ପ୍ରଜନନ ଆରମ୍ଭ ହୋଇଥାଏ। ଏଭଳି ପରିସ୍ଥିତିରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ବଢିଥାଏ । ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିରେ ପୀଡିତ ଲୋକମାନେ ଏହି ରୋଗରେ ଖୁବ ଜଲ୍ଦି ପଡିଥାଆନ୍ତି । ଏଥିପାଇଁ ସଚେତନତା ଅବଲମ୍ବନ କରିବା ଆବଶ୍ୟକ । ଯଦି ଏହାକୁ ଆଣଦେଖା କରାଯାଏ ତେବେ ଅଧିକ ଡେଙ୍ଗୁ ବ୍ୟାପିବାର ଆଶଙ୍କା ରହିଥାଏ ।

ଡେଙ୍ଗୁ ରୋଗର ଲକ୍ଷଣ

ଏହା ଏକ ମାରାତ୍ମକ ସଂକ୍ରାମକ ରୋଗ। ଏଡିଜ୍ ଏଜିଫିଟ୍‌ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ବ୍ୟାପିଥାଏ। ମଶା କାମୁଡିବାର 4 ରୁ 10 ଦିନ ଭିତରେ ଜ୍ବର ହୋଇଥାଏ । ପ୍ରବଳ ଜ୍ୱର, ମାଂସପେଶୀ ଓ ଗଣ୍ଠି ଜୋର୍‌ରେ ଦରଜ ହେବା, ମୁଣ୍ଡ ବ୍ୟଥା, ଝାଡ଼ା ଓ ବାନ୍ତି ଏବଂ ତ୍ୱଚା ଲାଲ୍‌ ହୋଇଯିବା ଡେଙ୍ଗୁ ରୋଗର ଲକ୍ଷଣ ।ଏହି ଜ୍ବର 3 ପ୍ରକାର, ଯଥା- ମାଇଲ୍ଡ ଡେଙ୍ଗୁ, ଡେଙ୍ଗୁ ହେମୋରାଜିକ୍ ଜ୍ବର ଏବଂ ଡେଙ୍ଗୁ ଶକ୍ ସିଣ୍ଡ୍ରୋମ । ମାଇଲ୍ଡ ଡେଙ୍ଗୁରେ ସାଧାରଣ ଲକ୍ଷଣ ଦେଖାଯାଇଥାଏ ।

ଏହି ରୋଗରେ ପୀଡ଼ିତ ରୋଗୀର ଅବସ୍ଥା ଗୁରୁତର ହୋଇପଡ଼ିଲେ ନାକ, କାନ ଓ  ମୁହଁ ପରି ଅନ୍ୟ ଅଙ୍ଗରୁ ରକ୍ତସ୍ରାବ ହୋଇଥାଏ। ଏହାସହିତ ଶରୀରର ରକ୍ତଚାପ ହ୍ରାସ ପାଇଥାଏ।  ଠିକ୍ ସମୟରେ ଉଚିତ୍ ଚିକିତ୍ସା କରା ନ ଗଲେ ରୋଗୀ କୋମା ଅବସ୍ଥାକୁ ଚାଲି ଯାଇଥାଏ। ଜ୍ୱର ଏକରୁ ଦୁଇ ଦିନ ଧରି ଲାଗି ରହିଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। କାରଣ  ଏହା ଡେଙ୍ଗୁ  ଜ୍ୱର ହେବାର ସମ୍ଭାବନା ରହିଥାଏ।

ଡେଙ୍ଗୁ ରୋଗରୁ କିପରି ପାଇବେ ମୁକ୍ତି

ଡେଙ୍ଗୁକୁ ରୋକିବା ପାଇଁ ନିଜକୁ ମଶା କାମୁଡ଼ାରୁ ରକ୍ଷା କରିବା ଆବଶ୍ୟକ । ଏଥିପାଇଁ ସ୍ପ୍ରେ, କଏଲ୍, କ୍ରିମ୍, ମେସିନ୍ କିମ୍ବା ମଶାରୀ ପରି ମଶା ଘଉଡାଇବା ପାଇଁ ବ୍ୟବହାର କରିବା ଆବଶ୍ୟକ । ଡେଙ୍ଗୁ ମଶା ସକାଳ ଏବଂ ସନ୍ଧ୍ୟା ସମୟରେ ଅଧିକ ସକ୍ରିୟ ଥାନ୍ତି । ତେଣୁ ଏହି ସମୟରେ ବାହାରକୁ ବାହାରିଲେ ଶରୀରକୁ ସମ୍ପୂର୍ଣ୍ଣ ରୂପେ ଘୋଡାଇବା ଭଳି ପୋଷାକ ପିନ୍ଧିବା ଆବଶ୍ୟକ । ମଶା ନହେବା ପାଇଁ ଘର ଭିତରେ ଏବଂ ଆଖପାଖରେ କୀଟନାଶକ ଔଷଧ ସ୍ପ୍ରେ କରିବା ଆବଶ୍ୟକ । ଏଥି ସହ ଘରର ଚାରିପାଖ ପରିଷ୍କାର ରଖିବା ନିତ୍ୟାନ୍ତ ଆବଶ୍ୟକ।

Comments are closed.