Latest Odisha News

BREAKING NEWS

T20 Match Ticket: ବାରବାଟୀ ଟିକେଟ ବିକ୍ରି ଶେଷ, ଦିନକରେ ସରିଗଲା ୧୦ ହଜାର ଟିକେଟ୍

କଟକ: ସରିଲା ବାରବାଟୀ ଟିକେଟ ବିକ୍ରି। ଏଥିପାଇଁ ପୂର୍ବରାତିରୁ ଲାଗିଥିଲା ଲମ୍ବା ଲାଇନ। ଦିନକରେ ସରିଗଲା ୧୦ହଜାର ଟିକେଟ୍। ଏବେ ଅପେକ୍ଷା ୯ ତାରିଖକୁ। ଯିଏ ଟିକେଟ ପାଇଲା ଖୁସି, ଆଉ ଯିଏ ନପାଇଲା ମନ ଦୁଃଖ କରି ଘରକୁ ଫେରିଲା। ଇଣ୍ଡିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଆସନ୍ତା ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା T-20 ମ୍ୟାଚ ପାଇଁ ଅଫଳାଇନରେ ଟିକେଟ ବିକ୍ରି ଶେଷ ହୋଇଛି। ବର୍ତ୍ତମାନ ମ୍ୟାଚ୍ ଅପେକ୍ଷାରେ ଦର୍ଶକ।

ଏହା ପୂର୍ବରୁ ଡିସେମ୍ବର ୧ ରେ ଅନଲାଇନରେ ୨ ହଜାର ଟିକେଟ ବିକ୍ରି କରାଯାଇଥିଲା। ଡିସେମ୍ବର ୩ ଓ ୪ ତାରିଖରେ ଓସିଏ ଅନୁବନ୍ଧିତ ସଂଘକୁ ଟିକେଟ ବିକ୍ରି କରାଯାଇଥିଲା। ଟିକେଟ ବିକ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କଟକ ଡିସିପି ନିଜେ ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ମ୍ୟାଚ ଦିନ ୪୦ ପ୍ଲାଟୁନ ଫୋର୍ସ ସୁରକ୍ଷାରେ ନିୟୋଜିତ ହେବେ।

ସୂଚନା ଥାଉକି କଟକ ବାରବାଟୀ ଷ୍ଟାଡିୟମ୍ ବାହାରେ ଦେଖିବାକୁ ମିଳିଥିଲା କ୍ରିକେଟ ପ୍ରେମୀଙ୍କ କ୍ରେଜ୍। ରାତି ଯେତେ ବଢୁଥିଲା ଲୋକଙ୍କ ସଂଖ୍ୟା କମିବା ବଦଳରେ ଅଧିକ ଅଧିକ ବଢୁଥିଲା। ଶତାଧିକ କ୍ରିକେଟ୍ ପ୍ରେମୀ ରାଜ୍ୟ ତଥା ବାହାରୁ ଆସି ପୂର୍ବ ରାତିରୁ ହିଁ କାଉଣ୍ଟର ଆଗରେ ଲମ୍ବା ଧାଡ଼ି ଲଗାଇ ରହିଥିଲେ। ଅନେକ ପ୍ରଶଂସକ ରାତିସାରା ଉଜାଗର ରହି ଟିକେଟ୍ ପାଇଁ ଅପେକ୍ଷା କରିଥିଲେ। ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।

Comments are closed.