Latest Odisha News

BREAKING NEWS

ସାପ୍ତାହିକ ବାର୍କ ରିପୋର୍ଟ: ଓଡ଼ିଆ, ହିନ୍ଦୀ ଏବଂ ଇଂଲିଶ ନ୍ୟୁଜ ଚ୍ୟାନେଲରେ କିଏ ଏକ ନମ୍ବର?

ଭୁବନେଶ୍ୱର: ପ୍ରତି ସପ୍ତାହ ପରି ଚଳିତଥର ମଧ୍ୟ ସାପ୍ତାହିକ ଟିଆରପି ରିପୋର୍ଟ ପ୍ରକାଶ ପାଇଛି । ରାଜ୍ୟର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଓଟିଭି ଏକ ନମ୍ବରରେ ରହିଥିବା ବେଳେ କନକ ନ୍ୟୁଜ ଦ୍ୱିତୀୟ ନମ୍ବରରେ ରହିଛି । ସେହିପରି ଓଟିଭିର ସହଯୋଗୀ ମନୋରଞ୍ଜନ ରଞ୍ଜନ ଚ୍ୟାନେଲ ତରଙ୍ଗ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଜୀ ସାର୍ଥକ ।

ଓଡ଼ିଆ ନ୍ୟୁଜ ଚ୍ୟାନେଲ ରିପୋର୍ଟ

ସାପ୍ତାହିକ ରିପୋର୍ଟ ଅନୁଯାୟୀ ଓଟିଭି ଟିଆରପିରେ ୫୭ ପ୍ରତିଶତ, କନକ ନ୍ୟୁଜ ୨୪ ପ୍ରତିଶତ,  କଳିଙ୍ଗ ଟିଭି ୧୩ ପ୍ରତିଶତ,  ନ୍ୟୁଜ ୧୮ ଓଡିଆ ୯ ପ୍ରତିଶତ, ନନ୍ଦିଘୋଷ ଟିଭି ୯ ପ୍ରତିଶତ, ନ୍ୟୁଜ ୭ -୭ ପ୍ରତିଶତ ପଏଣ୍ଟରେ ରହିଥିବା ବେଳେ ଅର୍ଗସ ୪ ପ୍ରତିଶତ ଏବଂ ଡିଡି ଓଡିଆ ୫ ପ୍ରତିଶତ ରହିଛି ।

ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ରିପୋର୍ଟ

ସେହିପରି ଓଡିଆ ମନୋରଞ୍ଜନ ଚ୍ୟାନେଲରେ ତରଙ୍ଗ ୪୨୪, ଜୀ ସାର୍ଥକ ୩୯୮, ଅଳଙ୍କାର ୯୭, ସିଦ୍ଧାର୍ଥ ଟିଭି ୬୧, କଲର୍ସ ଓଡିଆ ୪୮, ତରଙ୍ଗ ମ୍ୟୁଜିକ ୩୬, ପ୍ରାର୍ଥନା ୪୩ ପ୍ରତିଶତ ରହିଛି।

ହୀନ୍ଦି ନ୍ୟୁଜ ଚ୍ୟାନେଲ ରିପୋର୍ଟ

ସେହିପରି ହିନ୍ଦୀ ନ୍ୟୁଜ ଚ୍ୟାନେଲ ତାଲିକାରେ ଟିଭି ୯ ଭାରତବର୍ଷ ଦୁଇ ମାସ ହେବ ଏକ ନମ୍ବରରେ ରହିଛି । ୧୫.୪ ପ୍ରତିଶତ ସହ ଟିଭି ୯ ଏକ ନମ୍ବରରେ ରହିଥିବା ବେଳେ, ୧୨.୧ ସହ ଇଣ୍ଡିଆ ଟିଭି ଦ୍ୱିତୀୟ ନମ୍ବର,  ୧୧.୭ ସହ ଆଜତକ ତୃତୀୟ ନମ୍ବରରେ, ୧୧.୮ ସହ ନ୍ୟୁଜ ଇଣ୍ଡିଆ ଚତୁର୍ଥ ନମ୍ବରରେ, ୧୦.୬ ସହ ରିପବ୍ଲିକ ଭାରତ ଦ୍ୱିତୀୟ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଖସି ଆସିଛି । ଏହାପରେ ଜୀ ନ୍ୟୁଜ ୭.୯ ରହିଥିବା ବେଳେ ଏହା ପଛକୁ ଟାଇମ୍ସ ନାଓ ନବଭାରତ ୫.୯ ଏବଂ ଏବିପି ନ୍ୟୁଜ ୫.୪ ରହିଛି।

ଇଂଲିଶ ନ୍ୟୁଜ ଚ୍ୟାନେଲ ରିପୋର୍ଟ

ସେହିପରି ଇଂରାଜୀ ନ୍ୟୁଜ ଚ୍ୟାନେଲରେ ସିଏନଏନ ନ୍ୟୁଜ ୧୮ – ୩୭. ୩ ପ୍ରତିଶତ ସହ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ରିପବ୍ଲିକ ଟିଭି ୨୮.୭ ପ୍ରତିଶତ ସହ ଦ୍ୱିତୀୟ ନମ୍ବର ଏବଂ ଟାଇମ୍ସ ନାଓ ୧୮.୫ ପ୍ରତିଶତ ସହ ତୃତୀୟ ନମ୍ବର ଏବଂ ୧୦ ପ୍ରତିଶତ ସହ ଇଣ୍ଡିଆ ଟୁଡେ ଚତୁର୍ଥ ସ୍ଥାନରେ ରହିଛି।

Comments are closed.