Latest Odisha News

BREAKING NEWS

ଆଉ ଘୁଞ୍ଚିବନି ନିଟ୍ ପରୀକ୍ଷା, ଚଳିତ ମାସରେ ହେବ

ଭୁବନେଶ୍ୱର: ଚଳିତ ବର୍ଷର ନିଟ୍ ପିଜି ପରୀକ୍ଷା ପାଇଁ କିଛି ଦାବି ଉଠୁଛି । ହେଲେ ଦାବି ସଂଖ୍ୟା କମ୍ ରହିଛି । କେନ୍ଦ୍ର ସରକାରଙ୍କ ନିକଟରେ ମାତ୍ର ସାତଟି ରାଜ୍ୟ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରିଛନ୍ତି । ଯାହା ଘୁଞ୍ଚାଇବାକୁ ବିଶେଷ ସକ୍ଷମ ବଳ ନୁହେଁ ।

ଏବେ ଧାର୍ଯ୍ୟ ହୋଇଥିବା ତାରିଖ ମେ ୨୧ ଆଉ ବଦଳିବା ଭଳି ଆଶା କ୍ଷୀଣ । ଖବର ସରବରାହ ସଂସ୍ଥା ଏଏନଆଇ ବିଶେଷ ସୂତ୍ରରୁ ଏହି ଖବର ପ୍ରକାଶ କରିଛି ।

ପରୀକ୍ଷା ତାରିଖ ଘୁଞ୍ଚେଇବା ପାଇଁ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଜୁରାଟରେ ଯାଇ ଭେଟିଛି । ଦାବି ବିଷୟରେ ବିଷଦ୍ ଆଲୋଚନା କରିଥିବା କଥା ଆଇଏମଏ ସଭାପତି ଡ. ଶାହଜାହାନ ପ୍ରସାଦ ସିଂ ଏହି ସୂଚନା ଦେଇଛନ୍ତି ।

କେବଳ ସାତଟି ରାଜ୍ୟ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଛନ୍ତି । ଏହି ବିଷୟରେ ନିଷ୍ପତ୍ତି ନେବା ପାଇଁ ମନ୍ତ୍ରୀ ବିଷୟକୁ ଗୁରୁତର ସହ ନେଇ ସମୀକ୍ଷା କରୁଛନ୍ତି ।

ଆଇଏମଏ କହିଛି ଯେ, ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ୱଳ୍ପ ସମୟ ଥିବାରୁ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରାଯାଇଛି । ଏପରିକି ସେମାନଙ୍କ ସିଲାବସ୍ ସାରିବାକୁ ଯଥେଷ୍ଟ ସମୟ ମିଳିନି ବୋଲି ଆଇଏମଏ କହିଛି ।

Leave A Reply

Your email address will not be published.