Latest Odisha News

BREAKING NEWS

ସକାଳୁ ଚାଲନ୍ତୁ ଖାଲି ପାଦରେ ମିଳିବ ଏହିସବୁ ଫାଇଦା !

ଭୁବନେଶ୍ୱର: ଏହି କଥା ତ ସମସ୍ତେ ଜାଣିଛନ୍ତି ଯେ ମର୍ଣ୍ଣିଙ୍ଗ୍ ଓ୍ବାକ୍ କରିବା ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଯେ, ସବୁଜ ଘାସରେ ଖାଲି ପାଦରେ ଚାଲିଲେ ଉଭୟ ଶାରିରୀକ ଏବଂ ମାନସିକ ଚିନ୍ତାକୁ ଦୂର ହୋଇଥାଏ । ଏହା ଏକ ବ୍ୟାୟାମ ଅଟେ କିନ୍ତୁ ଆପଣ ଜାଣିଛନ୍ତି କି ଖାଲି ପାଦରେ ଘାସ ଉପରେ ଚାଲିବା ସ୍ବାସ୍ଥ୍ୟ ପକ୍ଷେ କେତେ ହିତକର । ଏହା ହୃଦରୋଗୀଙ୍କ ପାଇଁ ମଧ୍ୟ ହିତକର।

ମଧୁମେହ ପାଇଁ ଉପଯୋଗୀ: ମଧୁମେହ ରୋଗୀଙ୍କ ପାଇଁ ସବୁଜିମାରେ ବସିବା,ଚାଲିବା ଏବଂ ଦେଖିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶରୀରରେ ଅମ୍ଳଜାନର ସ୍ଥାନ ପୂରଣ ହେବା ଯୋଗୁଁ ମଧୁମେହ ସମସ୍ୟାରୁ ମୁକ୍ତି ମିଳିଥାଏ।

ଚିନ୍ତାମୁକ୍ତ କରେ: ଆପଣ ଯେତେ ଅଧିକ ସମୟ ପ୍ରକୃତିକୁ ଉପଭୋଗ କରିବେ ସେତେ ଚିନ୍ତାମୁକ୍ତ ଏବଂ ସୁସ୍ଥ ରହିବେ। ଏହା ମାଂସପେଶୀର ପ୍ରସାରକୁ ମଧ୍ୟ କମ୍ କରିଥାଏ। ଏହା ମସ୍ତିଷ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।

-ଦୃଷ୍ଟିଶକ୍ତି ବୃଦ୍ଧି ପାଇବା: ସକାଳୁ ସକାଳୁ କାକରରେ ଓଦା ହୋଇଥିବା ଘାସ ଉପରେ ଚାଲିବା ଦ୍ବାରା ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ। ଯେଉଁ ବ୍ୟକ୍ତିମାନେ ଆଖିରେ ଚଷମା ଲଗାନ୍ତି ସେମାନେ କିଛି ଦିନ ଘାସରେ ଚାଲିଲେ ତାଙ୍କ ଚଷମା ପିନ୍ଧିବାର ଆବଶ୍ୟକତା ପଡ଼ିନଥାଏ କିମ୍ବା ଚଷମାର ନମ୍ବର କମିଯାଇଥାଏ।

ଉଚ୍ଚ ରକ୍ତଚାପ ନିମନ୍ତେ ଲାଭଦାୟକ: ଉଚ୍ଚ ରକ୍ତଚାପ ଭୋଗୁଥିବା ରୋଗୀଙ୍କୁ ପ୍ରତିଦିନ ସୂର୍ଯ୍ୟୋଦୟ ସମୟରେ ପ୍ରାତଃ ଭ୍ରମଣ ନିମନ୍ତେ ଯେକୈାଣସି ପାର୍କକୁ ୧ଘଣ୍ଟା ବସିବା ଆବଶ୍ୟକ। ଖାଲି ପାଦରେ ଘାସରେ ଚାଲିବା ଦ୍ବାରା ମଧ୍ୟ ଯଥେଷ୍ଟ ଲାଭ ମିଳିଥାଏ।

Comments are closed.