ବରଗଡ଼ : ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ରଙ୍ଗମଞ୍ଚରେ ଆଉ ଶୁଭୁନି କଂସର ସ୍ୱର । କଂସ ନିଧନ ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ବିରାଟ ଧନୁଯାତ୍ରା । ବରଗଡ଼ରେ ଗତ ୧୧ ଦିନ ଧରି ଚାଲିଥିବା ଯାତ୍ରାର ଆଜିଥିଲା ଅନ୍ତିମ ଦିବସ । ଏହି ଯାତ୍ରାରେ କୃଷ୍ଣଜନ୍ମଠାରୁ ଆରମ୍ଭ କରି କଂସ ନିଧନ ଅଭିନୀତ ହୋଇସାରିଛି ।
ଘମାଘୋଟ ଯୁଦ୍ଧ ପରେ କୃଷ୍ଣ-ବଳରାମଙ୍କୁ ହାତରେ ଅଷ୍ଟମଲ୍ଲ ନିହତ ହୋଇଥିଲେ । ସେପଟେ ମହାରାଜ କଂସଙ୍କ ରାଜୁତିରେ ଅତିଷ୍ଠ ହୋଇ ପଡିଥିଲେ ମଥୁରାବାସୀ । ଶ୍ରୀକୃଷ୍ଣ ମଥୁରା ଆସି ମାମୁଁ କଂସକୁ ନିଧନ କରିବା ସହ କାରଗାରରୁ ମାତା ଦେବକୀ ଓ ପିତା ବସୁଦେବଙ୍କୁ ମୁକୁଳାଇଥିଲେ କୃଷ୍ଣ ଏବଂ ବଳରାମ । ପରେ ପିତା ଉଗ୍ରସେନଙ୍କୁ ମଥୁରା ସିଂହାସନରେ ବସାଇଥିଲେ ।