Latest Odisha News

BREAKING NEWS

ବିଲେଇର ଦାମ୍ ୮୦୦ କୋଟି

ବ୍ୟୁରୋ: ଆପଣମାନେ ଜାଣିଥିବେ ସାଧାରଣତଃ ସମସ୍ତେ ଗୃହପାଳିତ ପଶୁ ବା ପକ୍ଷୀ ରଖିବାକୁ ପସନ୍ଦ କରନ୍ତି । କିଏ କୁକୁର, ବିଲେଇ ଓ ଗାଈ ରଖିବାକୁ ପସନ୍ଦ କେରତ ଆଉ କିଏ ବିଭିନ୍ନ ପକ୍ଷୀ ରଖିବାକୁ ପସନ୍ଦ କରେ । ହେଲେ ଆଜି ଆାମେ ଆପଣଙ୍କୁ ଏମିତି ଗୃହପାଳିତ ପଶୁ ବିଷୟେର କହିବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହେଲେ ଏହା ସତ ବିଶ୍ବରେ ଏମିତି ଏକ ଗୃହପାଳିତ ପଶୁ ଅଛି ଯାହା ଦୁନିଆର ସବୁଠୁ ଦାମୀ । ତେବେ ଆାସନ୍ତୁ ଜାଣିବା ଏହା ବିଷୟରେ।

ଗ୍ରାମୀ ପୁରସ୍କାର ବିଜେତା ଗାୟିକା ଟେଲର ସ୍ବିଫ୍ଟଙ୍କ ବିଲେଇ ଅଲିଭିଆ ବେନ୍‌ସନ୍‌ ସବୁଠାରୁ ଧନୀ ଗୃହପାଳିତ ପଶୁ ତାଲିକାରେ ସାମିଲ ହୋଇଛି। ମୋଟ ସମ୍ପତ୍ତି ମାମଲାରେ ସେ ବଲିଉଡ୍‌ର ବଡ ବଡ ତାରକାଙ୍କୁ ଟକ୍କର ଦେଉଛି। ୨୦୧୪ମସିହାରୁ ସେ ଟେଲରଙ୍କ ସହ ଅଛନ୍ତି। ଯାହାଦ୍ବାରା ଏବେ ସେ ବିଶ୍ୱର ତୃତୀୟ ଧନୀ ଗୃହପାଳିତ ପଶୁ ପାଲଟିଛନ୍ତି। ରୋଲିଂ ଷ୍ଟୋନ୍ସର ରିପୋର୍ଟ ଅନୁଯାୟୀ, ଅଲିଭିଆଙ୍କ ମୋଟ ସମ୍ପତ୍ତି ହେଉଛି ୯୭ ମିଲିୟନ ଡଲାର।ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୮୦୦ କୋଟି ଟଙ୍କା ହେବ।

ଏହାକୁ ଦେଖିଲେ ଅନେକ ବଲିଉଡ ତାରକାଙ୍କ ସମ୍ପତ୍ତି ବି ଅଲିଭିଆଙ୍କ ସମକକ୍ଷ ହେବ ନାହିଁ। ଅଲ୍‌ ଆବାଉଟ୍‌ କ୍ୟାଟ୍‌ ଓ୍ବେବସାଇଟ୍‌ ଦ୍ୱାରା ଇନଷ୍ଟାଗ୍ରାମ ତଥ୍ୟ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରତି ଗୃହପାଳିତ ପଶୁ ଇନଷ୍ଟାଗ୍ରାମରେ କେତେ ରୋଜଗାର କରିପାରିବ ତାହା ଆକଳନ କରାଯାଇଛି। ଅଲିଭିଆଙ୍କ ନିଜସ୍ବ ସୋସିଆଲ ମିଡିଆ ଆକାଉଣ୍ଟ ନ ଥିଲେ ହେଁ ସେ ଏହି ତାଲିକାରେ ସାମିଲ ହୋଇଛନ୍ତି।

ସୋସିଆଲ ମିଡିଆରେ ତାଙ୍କ ନାମରେ ବହୁ ଫ୍ୟାନ୍‌ କ୍ଲବ ଗଠନ କରାଯାଇଛି। ଏଥିରେ ତାଙ୍କ ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଥାଏ। ଏହାଛଡ଼ା ଅଲିଭିଆ ଅନେକ ଦାମୀ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି।

Leave A Reply

Your email address will not be published.