ବରଗଡ: ବରଗଡ ଜିଲ୍ଲାର ଉଠାଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ରାଉତଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଶନିବାର ଦିନ ତାଙ୍କ ଘରେ ଚଢାଉ କରିଛି ।
ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଆର୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଆଣ୍ଟି-କରପର୍ସନ ଅଧିକାରୀମାନେ ୬ଟି ସ୍ଥାନରେ ଚଢାଉ କରିଛନ୍ତି । ଏପରିକି ସମ୍ପୃକ୍ତ ଯନ୍ତ୍ରୀଙ୍କ ଯାଜପୁରସ୍ଥିତ ପୈତୃକ ଘର ଏବଂ ଭୁବନେଶ୍ୱରସ୍ଥିତ ଘରେ ମଧ୍ୟ ଚଢାଉ କରିଛି ।
ତେବେ ଶେଷ ରିପୋର୍ଟ ଲେଖାଯିବା ବେଳକୁ ଏହି ଚଢାଉ କାର୍ଯ୍ୟ ଜାରି ରହିଛି ।
Comments are closed.