Latest Odisha News

BREAKING NEWS

ଦାମୀ କାରରେ ଗଞ୍ଜେଇ ଚାଲାଣ: ୪ ଜଣଙ୍କୁ ବାନ୍ଧିଲା ବରଗଡ଼ ପୋଲିସ

ବରଗଡ଼: ସୋନପୁର ଜିଲ୍ଲାରୁ ଛତିଶଗଡ଼ ଗଞ୍ଜେଇ ଚୋରା ଚାଲାଣ । ଦାମୀ କାରରେ ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବରଗଡ଼ ଜିଲ୍ଲା ସୋହେଲା ଥାନା ପୋଲିସ । ଦୁଇଟି କାର୍ ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ବିଶେଷସୂତ୍ରରୁ ଗଞ୍ଜେଇ ଚାଲାଣପ ସୁରାକ ପୋଲିସକୁ ମିଳିଥିଲା । ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପୋଲିସ ନାକାବନ୍ଦୀ କରିଥିଲା ।

ଯାଞ୍ଚ ବେଳେ ଛତିଶଗଡ଼ ନମ୍ବର ଥିବା CG04NH 9998 ଇନୋଭା ଗାଡ଼ି ଓ CG04LD 5665 ନମ୍ବର ବିଶିଷ୍ଟ ସ୍ୱିଫ୍ଟ ଡିଜାୟାରରୁ ୨୩୩ କେଜି ଗଞ୍ଜେଇ ଜବତ ହୋଇଛି । ଗାଡ଼ିରେ ଅଭିଯୁକ୍ତ ପ୍ରେସ୍ ଲେଖିଥିଲେ ।

ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ଧମତରି ଜିଲ୍ଲାର ହେମରାଜ ନିଶାଦ, କାଙ୍କେର ଜିଲ୍ଲାର ସଞ୍ଜୟ ତ୍ରିପାଠୀ, ଅଜୟ ତ୍ରିପାଠୀ ଓ ଗୌରବ ଖପର୍ଡେ ।

କାର୍ ସହ ନଗଦ ୧୩ ହଜାର ୧୨୦ ଟଙ୍କା ଓ ୬ଟି ମୋବାଇଲ ଜବତ ହୋଇଛି । ଏବେ ବହୁ ଗାଡ଼ିରେ କିଛି ଲୋକ ପ୍ରେସ ଲେଖି ବେଆଇନ୍ କାମ କରୁଛନ୍ତି । ତେଣୁ ଯାଞ୍ଚ ବେଳେ ପୋଲିସକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ଏସପି ରାହୁଲ ଜୈନ୍ ।

Leave A Reply

Your email address will not be published.