Latest Odisha News

BREAKING NEWS

ଆରମ୍ଭ ହେଲା ଯାଜପୁରର ପ୍ରସିଦ୍ଧ ବାରୁଣୀ ମେଳା, ଦଶାସ୍ୱମେଧ ଘାଟରେ ବୁଡ଼ ପକାଉଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ଯାଜପୁର : ଆଜି ହେଉଛି ପବିତ୍ର ବାରୁଣୀ ସ୍ନାନ । ଯାଜପୁର ଦଶାଶ୍ୱମେଧଘାଟ ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି  ହଜାର ହଜାର ଶ୍ରଦ୍ଧାଳୁ । ଏଥିସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି  । ବିଶ୍ୱାସ ରହିଛି ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ମୋକ୍ଷ ମିଳିଥାଏ । ତେଣୁ ହଜାର ହଜାର ଭକ୍ତ ବହୁ ଦୂର ଦୂରାନ୍ତରୁ ଦୌଡ଼ି ଆସିଥାଆନ୍ତି ପିଣ୍ଡଦାନ କରିବା ନିମନ୍ତେ  ।  ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଳା ଓ ଜିଲ୍ଳା ବାହାରୁ ବହୁ ଭକ୍ତ ଯୋଗ ଦେଇଛନ୍ତି ।

କୁହାଯାଏ ବୈତରଣୀ ଗଙ୍ଗା ନଦୀର ଅନ୍ୟ ଏକ ରୁପ । ତେଣୁ ଆଜିର ଦିନରେ ଏଠାରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଅବସରରେ ଅନୁଷ୍ଠିତ ମେଳା ଆସନ୍ତା ୭ ଦିନ ଧରି ଚାଲିବ ଏଥିପାଇଁ ଯାଜପୁର ପୌର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଦୀର୍ଘ ୨ ବର୍ଷ କରୋନା ମହାମାରୀ ପାଇଁ ବାରୁଣୀ ସ୍ନାନ ବନ୍ଦ ଥିବା ବେଳେ ଚଳିତ ବର୍ଷ ବାରୁଣୀ ସ୍ନାନ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏହି ସ୍ନାନ ସକାଳ ୮ଟା ୪୨ରୁ ଅପରାହ୍ନ ୩ଟା ଯାଏ ମହାବାରୁଣୀ ଯୋଗ ରହୁଥିବା ଜଣାପଡ଼ିଛି  ।

 

 

Leave A Reply

Your email address will not be published.