Latest Odisha News

BREAKING NEWS

ବାରୁଣୀ ଯାତ୍ରାରେ ଚଳଚଞ୍ଚଳ ହୋଇପଡ଼ିଛି ମା କନକଦୁର୍ଗାଙ୍କ ପୀଠ

ଜଗତସିଂହପୁର : ପବିତ୍ର ବାରୁଣୀ ଯାତ୍ରା ନିମନ୍ତେ ଚଳଚଞ୍ଚଳ ପିତେଇପୁରର ମା କନକଦୁର୍ଗାଙ୍କ ପୀଠ। ଏହି ବାରୁଣୀ ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଦାଣ୍ଡ ପହଁରା ଓ କୁକୁଡ଼ା ଉଡ଼ା । ମା’ଙ୍କ ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ପରମ୍ପରା ଅନୁସାରେ ସକାଳୁ ମାଆଙ୍କୁ ସ୍ନାନ କରାଯାଇ ନୀତିକାନ୍ତି ମୁତାବକ ପୂଜାର୍ଚ୍ଚନା କରାଯାଇଛି । ସକାଳୁ ଶ୍ରଦ୍ଧାଳୁ ମାନେ ମାଆ ଙ୍କ ନିକଟରେ କରିଥିବା ମାନସିକ ପୂରଣ ପରେ ନିଜର ପିଲାମାନଙ୍କୁ ଆଣି ଦାଣ୍ଡ ପହଁରିବା ସହିତ କୁକୁଡ଼ା ଉଡ଼ାଇଛନ୍ତି। ମା’ଙ୍କ ପାଦୁକ ପାଇ ପିଲାମାନଙ୍କ ବହୁ ଦୂରାରୋଗ୍ୟ ବ୍ୟାଧି ଭଲ ହୋଇଥାଏ।

କରୋନା ମହାମାରୀ ଯୋଗୁ ବାରୁଣୀ ଯାତ୍ରା ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ନଥିବାରୁ ବାରୁଣୀ ଯାତ୍ରା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ମରହଟା ଶାସନ ସମୟରେ ରାଜା ରଘୁନାଥ ବଂଶଲ୍, ବଣ ମଧ୍ୟରେ ଥିବା ଗମ୍ଭିରା ଭିତରୁ ମାଙ୍କୁ ଆଣି ମନ୍ଦିର ନିର୍ମାଣ କରିଥିଲେ।

ଗାଁ ଗହଳିର ଲୋକମାନଙ୍କୁ ଦନ୍ତାଘାତ ହେଉ କି ଛୋଟ ପିଲାମାନଙ୍କୁ ଦୁରାରୋଗ୍ୟ ବ୍ୟାଧି ହେଉ, ମାଙ୍କ ପାଖକୁ ଆସି ମାଙ୍କ ପାଦୁକ ପାଇଲେ ସବୁକିଛି ଠିକ୍ ହୋଇଯାଏ ବୋଲି ବିଶ୍ୱାସ ରହିଛି । ମାଙ୍କ ପୀଠରେ ବାରୁଣୀ ଯାତ୍ରା ଦୀର୍ଘ ୧୫ ଦିନ ଧରି ଚାଲିବ। ମା କନକ ଦୁର୍ଗାଙ୍କ ପୀଠରେ ବାରୁଣୀ ଯାତ୍ରା ଦେଖିବା ସହିତ ମାଙ୍କ କୃପାଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଆସିଥାନ୍ତି ଶ୍ରଦ୍ଧାଳୁ ।

Leave A Reply

Your email address will not be published.