ହିନ୍ଦୁ ପରମ୍ପରା ଅନୁଯାୟୀ ବସନ୍ତ ପଞ୍ଚମୀର ଏକ ବିଶେଷ ମହତ୍ବ ରହିଛି। ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଏହା ପଡିଥାଏ। ଏହି ଦିନରେ ଜ୍ଞାନର ଦେବୀ ମା ସରସ୍ୱତୀଙ୍କୁ ପୂଜା କରାଯାଏ। ଏହି ଦିନ ଠାରୁ ବସନ୍ତ ଋତୁ ଆରମ୍ଭ ହୋଇଥାଏ।
ବସନ୍ତ ପଞ୍ଚମୀକୁ ନେଇ କ’ଣ ରହିଛି ପୌରାଣିକ ମହତ୍ବ-
ବିଶ୍ୱାସ ଅନୁଯାୟୀ, ବସନ୍ତ ପଞ୍ଚମୀ ଦିନ ପ୍ରତ୍ୟେକ ବ୍ୟକ୍ତି ଦେବୀ ସତୀ ଏବଂ ଭଗବାନ କାମଦେବଙ୍କ ଶୋଡଷ ଉପଚାର କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ପରିପ୍ରେକ୍ଷୀରେ ଏହି ଦିନ ଶୋଡଷ ଉପଚାର ପୂଜା କରିବା ଦ୍ବାରା ବୈବାହିକ ଜୀବନ ସୁଖପ୍ରଦ ହୋଇଥାଏ।
ବସନ୍ତ ପଞ୍ଚମୀରେ ସରସ୍ୱତୀ ପୂଜାର ମହତ୍ବ-
ହିନ୍ଦୁ ପରମ୍ପରା ଅନୁଯାୟୀ ମାଘ ମାସର ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ପର୍ବ ପାଳନ କରାଯାଇଥାଏ। ପୁରାଣ ଅନୁଯାୟୀ ବସନ୍ତ ପଞ୍ଚମୀ ଦିନ ବ୍ରହ୍ମା ମାତା ସରସ୍ୱତୀଙ୍କର ସୃଷ୍ଟି କରିଥିଲେ। ତେଣୁ କରି ସନାତନ ଅନୁଗାମୀ ମାନେ ଏହି ଦିନରେ ମାତା ସରସ୍ୱତୀଙ୍କୁ ପୂଜା କରିଥାନ୍ତି। ଏହି ଦିନରେ ମା’ଙ୍କ ପୂଜାର୍ଚ୍ଚନା କରିବା ଫଳରେ ବ୍ୟକ୍ତିଙ୍କୁ ମା ସରସ୍ୱତୀଙ୍କ ଆଶୀର୍ବାଦ ମିଳିଥାଏ।
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ଅର୍ଥାତ୍ ୨୦୨୧ ମସିହାରେ ବସନ୍ତ ପଞ୍ଚମୀ ଫେବୃଆରୀ ୧୬ ତାରିଖ ଦିନ ପଡୁଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚଳିତ ବର୍ଷ ବସନ୍ତ ପଞ୍ଚମୀ ପୂଜାର ଶୁଭ ସମୟ ସକାଳ ୬ଟା ୫୯ ମିନିଟରୁ ଦିନ ୧୨ଟା ୩୫ ମିନିଟ ଅର୍ଥାତ୍ ପ୍ରାୟ ୦୫ ଘଣ୍ଟା ୩୬ ମିନିଟ୍ ରହିବ।
Comments are closed.