Latest Odisha News

[ଭିଡ଼ିଓ] ରହସ୍ୟମୟ ଦୁନିଆର ଗାୟବ ମନ୍ଦିର ‘ବାଥୁ କି ଲଡି’

ଓଡ଼ିଶା ସମ୍ବାଦ ବ୍ୟୁରୋ : ରହସ୍ୟମୟ ଦୁନିଆ । ଆମ ଏହି ରହସ୍ୟ ଭିତରେ ଆମେ । ପ୍ରତିଦିନ କିଛି ନା କିଛି ରହସ୍ୟମୟ ଘଟଣା ଘଟି ଚାଲିଛି । ହେଲେ ତାର ସତ୍ୟତା କି ରହସ୍ୟ ଆମ ଜ୍ଞାତ ସାରରେ ବାହାରେ । ସାଧାରଣ ମଣିଷ ତ ଦୂର କଥା ବେଜ୍ଞାନିକ ବି ଫେଲ୍ ମାରିଛନ୍ତି ରହସ୍ୟ ଜାଣିବାରେ । ସେମିତି ଏକ ମନ୍ଦିର ରହିଛି । ଯେଉଁଠି ବର୍ଷକୁ ୮ମାସ ଗାୟବ ହୋଇଯାଏ । ଆଉ ଯେମିତି ୮ମାସ ପୂରଣ ହୋଇଯାଏ । ତା ପରେ ଆବିର୍ଭାବ ହୋଇଥାଏ ମହାଦେବଙ୍କ ଏହି ମନ୍ଦିର। 

ଏହି ରହସ୍ୟମୟ ଭଗବାନ ଶିବଙ୍କ ମନ୍ଦିର ୮ମାସ ସମାଧି ନେଇଥାଏ । କାଙ୍ଗଡାର ମଣ୍ଡ ଅଞ୍ଚଳ ଦେଇ ଯାଉଥିବା ପୋଙ୍ଗ ହ୍ରଦ ମଝିରେ ରହିଛି ୫ହଜାର ବର୍ଷ ପୁରୁଣା ମନ୍ଦିର। ଯାହା ପାଣ୍ଡବଙ୍କ ଅଜ୍ଞାତବାସ ସମୟରେ ନିର୍ମିତ ବାଥୁ କି ଲଡି। ଏଠାରେ ଏକ ଗୋଲାକାର ମିନାର ରହିଛି । ଏହାସହ ମନ୍ଦିର, ପ୍ରବେଶଦ୍ୱାର, ପ୍ରସ୍ଥାନ ଦ୍ୱାର ଓ ପାଖରେ ଏକ ଗଭୀର କୂଅ ମଧ୍ୟ ଅଛି ।

ବିଶାଳକାୟ ପଥର ଖୋଦେଇ ହୋଇ ତିଆରି ହୋଇଛି ମନ୍ଦିର। ଖାଲି ଗୋଟିଏ ନୁହେଁ ଆଖାପାଖରେ ମଧ୍ୟ ରହିଛି ବହୁ ଛୋଟ ବଡ଼ ମନ୍ଦିର। କେବଳ ବର୍ଷର କିଛି ମାସ ଲୋକଙ୍କ ସାମାନକୁ ଆସିଥାଏ । ଆଉ ସେହି କିଛି ଦିନ ଲୋକେ ଭିଡ଼ ଜମାଇଥାନ୍ତି। ଯେଉଁ କିଛି ଦିନ ମହାଦେବଙ୍କ ମନ୍ଦିର ପୂଜା କରିବାର ସୌଭାଗ୍ୟ ମିଳିଥାଏ । ଏହି ସୁଯୋଗକୁ କେହି ହାତଛଡା କରନ୍ତିନାହିଁ । ୫ହଜାର ବର୍ଷ ପୁରୁଣା ମନ୍ଦିର ପାଣ୍ଡବଙ୍କ ଅମଳରୁ ରହିଥିବା ବିଶ୍ୱାସ ରହିଛି ।ମନ୍ଦିରର ପ୍ରତିଟି ଖୋଦେଇ ପଥରକୁ ଦେଖିଲେ ଯେମିତି ଜୀବନ୍ତ ଅନୁମାନ ହୁଏ। ତେବେ ମନ୍ଦିର କଣ ପାଇଁ ପାଣି ଭିତରେ ୮ମାସ ଯାଏ ବୁଡିଯାଏ । ଲୋକଙ୍କ କହିବା ଅନୁସାରେ କିଛି ଅଭିଶାପ ଯୋଗୁ ଏହିଭଳ ମନ୍ଦିର ପାଣିରେ ବୁଡିଯାଏ । ଆଉ କିଛି ବୈଜ୍ଞାନିକ କାରଣ ବି ରହିଛି। ଏହି ପାଣିକୁ ନେଇ।ହେଲେ ବାସ୍ତବରେ ମନ୍ଦିର ଗାୟବ ହୋଇଯିବା ନେଇ କଣ ରହିଛି ରହସ୍ୟ। ଏହା ସତରେ କଣ ଶାପ ଗ୍ରସ୍ତ ହୋଇ ବୁଡ଼ିଯାଏ । ନା ଆଉ କିଛି ଅଲଗା କାରଣ ରହିଛି। ବହୁ ପ୍ରୟାସ ପରେ ବି ଘଟଣାର ସତ୍ୟତା କିନ୍ତୁ କାହାରିକୁ ଜଣାନାହିଁ। ସବୁ ରହସ୍ୟ ରହସ୍ୟ ଭିତରେ ହିଁ ରହିଯାଇଛି। ..

Leave A Reply

Your email address will not be published.