Latest Odisha News

BREAKING NEWS

କତାରରେ ଫସିଛନ୍ତି ୪ ଓଡିଆ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଚିଠି

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କତାରରେ ଫସିଥିବା ୪ ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଖନ୍ଦମରା ଗ୍ରାମର ଶ୍ରଧାନନ୍ଦ ଭୂୟାଁ, ପିତା- ବୈଦ୍ୟନାଥ ଭୂୟାଁ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରଡପଲ୍ଲୀ ଗ୍ରାମର ନୀଳରତ୍ନ ସ୍ବାଇଁ, ପିତା- ଶତୃଘ୍ନ ସ୍ବାଇଁ, ମହାକାଳପଡା ଥାନା ଅନ୍ତର୍ଗତ ଚକଡା ଗୋଗୁଆ ଗ୍ରାମର ଦୀପକ ନାୟକ, ପିତା- ଦିନବନ୍ଧୁ ନାୟକ ଏବଂ ରତାପଙ୍ଗା ଗ୍ରାମର ଜଗନ୍ନାଥ ଭୂୟାଁ, ପିତା- ହୃଶିହେଷ ଭୂୟାଁ ଅଧିକ ରୋଜଗାର ଆଶାରେ ଏକ ଏଜେଣ୍ଟଙ୍କ ଜରିଆରେ ଅକ୍ଟୋବର ୨୦୨୧ରେ କତାର ଯାଇଥିଲେ ।

ସେଠାରେ ସେମାନଙ୍କ ଚୁକ୍ତି ସରିବାର ନିୟମ ଅନୁସାରେ ୩ ମାସ ପୂର୍ବରୁ ଅଗଷ୍ଟ ୨୦୨୩ ରେ ଇସ୍ତଫା ଦେଇଥିଲେ, କିନ୍ତୁ କମ୍ପାନୀ କତ୍ତୃପକ୍ଷ ସେମାନଙ୍କ ଇସ୍ତଫା ଗ୍ରହଣ ନକରି ମିଥ୍ୟା ମାମଲାରେ ଜେଲରେ ପୁରାଇବା ଧମକ ଦେଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏପରିକି ସେମାନଙ୍କ ବକେୟା ପ୍ରାପ୍ୟ ମଧ୍ୟ ଦେଉନାହାଁନ୍ତି ।

ଉପାୟଶୂନ୍ୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ । ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.