ନୂଆଦିଲ୍ଲୀ: ୨୦୨୧-୨୨ରେ ଭାରତୀୟ କ୍ରିକେଟ ଦଳ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଆଇସିସି ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ଆୟୋଜନ କରିବ । ସୋମବାର ଏହି ସିରିଜଗୁଡିକର କାର୍ଯ୍ୟସୂଚୀ ଘୋଷିତ କରାଯାଇଛି । ବିଶ୍ୱକପ ପରେ ପରେ ନ୍ୟୁଜିଲାଣ୍ଡ ପ୍ରଥମେ ଭାରତ ଗସ୍ତରେ ଆସିବ । ଉଭୟ ଦେଶ ମଧ୍ୟରେ ୩ଟି ଟି୨୦ ଓ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ । ସେପ୍ଟମ୍ବର ୧୭ରେ ପ୍ରଥମ ଟି୨୦ ଏବଂ ୧୯ ଓ ୨୧ରେ ବାକି ୨ଟି ମ୍ୟାଚ ଯଥାକ୍ରମେ ରାଂଚି ଓ କୋଲକାତାରେ ଖେଳାଯିବ । ୨୫-୨୯ ନଭେମ୍ବର ପର୍ଯ୍ୟନ୍ତ କାନପୁରରେ ପ୍ରଥମ ଟେଷ୍ଟ ଏବଂ ୩-୭ ଡିସେମ୍ବରରେ ମୁମ୍ବାଇରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।
୨୦୨୨ ଫେବୃୟାରୀରେ ୱେଷ୍ଟଇଣ୍ଡିଜ ଟିମ ଭାରତ ଆସିବ । ଏହି ଗସ୍ତରେ ୩ ଟି୨୦ ଓ ୩ ଦିନିକିଆ ମ୍ୟାଚ ଖେଳାଯିବ । ଫେବୃୟାରୀ ୬ରେ ଅହମ୍ମଦାବାଦରେ ପ୍ରଥମ ଦିନିକିଆ ଖେଳାଯିବ । ୯ ଓ୧୨ରେ ଯଥାକ୍ରମେ ଜୟପୁର ଓ କୋଲକାତାରେ ବାକି ୨ଟି ମ୍ୟାଚ ଖେଳାଯିବ । ସେହିପରି ୧୫ରେ ପ୍ରଥମ ଟି୨୦ କଟକରେ ଖେଳାଯିବ । ୧୮ ଓ ୨୦ରେ ବିଶାଖପଟନମ ଏବଂ ତ୍ରିଭେନ୍ଦ୍ରମରେ ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ ଖେଳାଯିବ ।
ଫେବୃୟାରୀ ଶେଷ ଭାଗରେ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସିବେ । ବାଙ୍ଗାଲୋରରେ ୨୫ ଫେବୃୟାରୀରୁ ପ୍ରଥମ ଏବଂ ମୋହାଲୀରେ ମାର୍ଚ୍ଚ ୫ରୁ ଦ୍ୱିତୀୟ ଟେଷ୍ଟ ଖେଳିବ । ୧୩, ୧୫ ଓ ୧୮ରେ ୩ଟି ଯାକ ଟି୨୦ ମ୍ୟାଚ ମୋହାଲୀ, ଧର୍ମଶାଳା ଓ ଲକ୍ଷ୍ନୌରେ ଖେଳାଯିବ । ଜୁନରେ ଦକ୍ଷିଣ ଆଫ୍ରିକା ୫ଟି ଟି୨୦ ମ୍ୟାଚ ଖେଳିବା ପାଇଁ ଆସିବ । ୯ଜୁନରେ ଚେନ୍ନାଇରେ ପ୍ରଥମ ଟି୨୦, ୧୨ରେ ବାଙ୍ଗାଲୋରରେ ଦ୍ୱିତୀୟ, ୧୪ରେ ନାଗପୁରରେ ତୃତୀୟ, ୧୭ରେ ରାଜକୋଟରେ ଚତୁର୍ଥ ଓ ୧୯ରେ ଦିଲ୍ଲୀରେ ୫ମ ମ୍ୟାଚ ଖେଳିବ ।
BREAKING NEWS
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
Comments are closed.