ନୂଆଦିଲ୍ଲୀ: ୨୦୨୧-୨୨ରେ ଭାରତୀୟ କ୍ରିକେଟ ଦଳ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଆଇସିସି ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ଆୟୋଜନ କରିବ । ସୋମବାର ଏହି ସିରିଜଗୁଡିକର କାର୍ଯ୍ୟସୂଚୀ ଘୋଷିତ କରାଯାଇଛି । ବିଶ୍ୱକପ ପରେ ପରେ ନ୍ୟୁଜିଲାଣ୍ଡ ପ୍ରଥମେ ଭାରତ ଗସ୍ତରେ ଆସିବ । ଉଭୟ ଦେଶ ମଧ୍ୟରେ ୩ଟି ଟି୨୦ ଓ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ । ସେପ୍ଟମ୍ବର ୧୭ରେ ପ୍ରଥମ ଟି୨୦ ଏବଂ ୧୯ ଓ ୨୧ରେ ବାକି ୨ଟି ମ୍ୟାଚ ଯଥାକ୍ରମେ ରାଂଚି ଓ କୋଲକାତାରେ ଖେଳାଯିବ । ୨୫-୨୯ ନଭେମ୍ବର ପର୍ଯ୍ୟନ୍ତ କାନପୁରରେ ପ୍ରଥମ ଟେଷ୍ଟ ଏବଂ ୩-୭ ଡିସେମ୍ବରରେ ମୁମ୍ବାଇରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।
୨୦୨୨ ଫେବୃୟାରୀରେ ୱେଷ୍ଟଇଣ୍ଡିଜ ଟିମ ଭାରତ ଆସିବ । ଏହି ଗସ୍ତରେ ୩ ଟି୨୦ ଓ ୩ ଦିନିକିଆ ମ୍ୟାଚ ଖେଳାଯିବ । ଫେବୃୟାରୀ ୬ରେ ଅହମ୍ମଦାବାଦରେ ପ୍ରଥମ ଦିନିକିଆ ଖେଳାଯିବ । ୯ ଓ୧୨ରେ ଯଥାକ୍ରମେ ଜୟପୁର ଓ କୋଲକାତାରେ ବାକି ୨ଟି ମ୍ୟାଚ ଖେଳାଯିବ । ସେହିପରି ୧୫ରେ ପ୍ରଥମ ଟି୨୦ କଟକରେ ଖେଳାଯିବ । ୧୮ ଓ ୨୦ରେ ବିଶାଖପଟନମ ଏବଂ ତ୍ରିଭେନ୍ଦ୍ରମରେ ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ ଖେଳାଯିବ ।
ଫେବୃୟାରୀ ଶେଷ ଭାଗରେ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସିବେ । ବାଙ୍ଗାଲୋରରେ ୨୫ ଫେବୃୟାରୀରୁ ପ୍ରଥମ ଏବଂ ମୋହାଲୀରେ ମାର୍ଚ୍ଚ ୫ରୁ ଦ୍ୱିତୀୟ ଟେଷ୍ଟ ଖେଳିବ । ୧୩, ୧୫ ଓ ୧୮ରେ ୩ଟି ଯାକ ଟି୨୦ ମ୍ୟାଚ ମୋହାଲୀ, ଧର୍ମଶାଳା ଓ ଲକ୍ଷ୍ନୌରେ ଖେଳାଯିବ । ଜୁନରେ ଦକ୍ଷିଣ ଆଫ୍ରିକା ୫ଟି ଟି୨୦ ମ୍ୟାଚ ଖେଳିବା ପାଇଁ ଆସିବ । ୯ଜୁନରେ ଚେନ୍ନାଇରେ ପ୍ରଥମ ଟି୨୦, ୧୨ରେ ବାଙ୍ଗାଲୋରରେ ଦ୍ୱିତୀୟ, ୧୪ରେ ନାଗପୁରରେ ତୃତୀୟ, ୧୭ରେ ରାଜକୋଟରେ ଚତୁର୍ଥ ଓ ୧୯ରେ ଦିଲ୍ଲୀରେ ୫ମ ମ୍ୟାଚ ଖେଳିବ ।
BREAKING NEWS
- ପ୍ରତି ଛାତ୍ର ପିଛା ୧୦ ଟଙ୍କା ଲାଞ୍ଚ! ବାରିପଦାରେ ST/SC ବିଭାଗର ଦୁଇ ଅଡିଟରଙ୍କୁ ବାନ୍ଧିଲା ଭିଜିଲାନ୍ସ
- କାର ରଖି ନଦୀକୁ ଡେଇଁଲେ ଯୁବକ;ଖୋଜାଖୋଜି ଜାରି
- ରାଜ୍ୟସଭା ଭୋଟିଂ ବିବାଦ: ବାଚସ୍ପତିଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ କଲା ବିଜେଡି
- ବାଲେଶ୍ୱରରେ ଅଭାବନୀୟ ଘଟଣା: ଜଳିଗଲା ୧୦୮ ଆମ୍ବୁଲାନ୍ସ, ଜୀବନ୍ତ ଦଗ୍ଧ ହେଲେ ରୋଗୀ
- ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଏସଟିଏଫ୍ର ବଡ଼ କାର୍ଯ୍ୟାନୁଷ୍ଠାନ: ପଶ୍ଚିମବଙ୍ଗ ଦୀଘାରୁ ୩ ଅଟକ
- Delhi Security: ପୁଟିନ୍-ଜିନପିଙ୍ଗଙ୍କ ପାଇଁ ଅଭେଦ୍ୟ ସୁରକ୍ଷା, BRICS ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବଳୟ
- Man With Uterus: ବାପା ହୋଇପାରିବେ କି ନାହିଁ କରିବାକୁ ଯାଇଥିଲେ ଟେଷ୍ଟ…ଜଣାପଡିଲା ପେଟରେ ଅଛି ଗର୍ଭାଶୟ!
- ଦ୍ୱିତୀୟ ପର୍ଯ୍ୟାୟ ବିଏଡ୍ ନାମଲେଖା ପାଇଁ ବିଜ୍ଞପ୍ତି;୨୦ ଯାଏ ଆବେଦନ
- ବାରମ୍ବାର ଅଗ୍ନିକାଣ୍ଡ ପରେ କଡା ଆକ୍ସନ: ୧ ନମ୍ବର ହାଟରେ ଚାଲିଛି ଉଚ୍ଛେଦ
- ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳରେ ବାଡ଼, ନିଷିଦ୍ଧ ଅଞ୍ଚଳ ଘୋଷଣା

Comments are closed.