Latest Odisha News

BREAKING NEWS

ରମେଶ ପାୱାର ହେଲେ ଭାରତୀୟ ମହିଳା କ୍ରିକେଟ ଟିମ୍ କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୁରୁବାର ରମେଶ ପାୱାରଙ୍କୁ ଜାତୀୟ ମହିଳା ଟିମର କୋଚ ଭାବେ ନିଯୁକ୍ତ କରିଛି । ସେ ଦ୍ୱିତୀୟ ଥର ପାଇଁ ଏହି ଗୁରୁ ଦାୟିତ୍ୱ ତୁଲାଇବେ । ୨୦୧୮ରେ ରମେଶ ମହିଳା ଦଳ କୋଚ ଥିବା ବେଳେ ମିଥାଲୀ ରାଜଙ୍କ ସହ ତାଙ୍କ ବିବାଦ ଚର୍ଚ୍ଚାର କାରଣ ସାଜିଥିଲା । ୨୦୧୮ ଟି୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ପରାଜିତ ହୋଇ ଟୁର୍ଣ୍ଣାମେଂଟରୁ ବିଦାୟ ନେଇଥିଲା ।

ମିଥାଲୀ ୨ଟି ଶତକ ହାସଲ କରିଥିଲେ ମଧ୍ୟ ତାଙ୍କୁ ଏହି ମ୍ୟାଚରେ ଖେଳା ଯାଇ ନ ଥିଲା । ପରେ ମିଥାଲୀ ତାଙ୍କ ନାମରେ ଅଭିଯୋଗ ଆଣିଥିଲେ, ସେ ମୋ କ୍ୟାରିୟର ଶେଷ କରିବାକୁ ଚାହୁଁଛନ୍ତି । ବର୍ତମାନ ଦ୍ୱିତୀୟ ଥର କୋଚ ନିଯୁକ୍ତ ହେବା ପରେ ମିଥାଲୀ ଓ ରମେଶଙ୍କ ମଧ୍ୟରେ କେଉଁ ଭଳି କେମେଷ୍ଟ୍ରି ରହୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିବ ।

Leave A Reply

Your email address will not be published.