Latest Odisha News

ଏସିଆ କପ୍ କ୍ରିକେଟ: ଭାରତ ବି’ ଟିମ୍ ପଠାଇବ !

ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ ଆୟୋଜନ ଏବେ ବି ଦ୍ୱନ୍ଦ୍ୱ ମଧ୍ୟରେ ରହିଛି । କରୋନା ମହାମାରୀ ଯୋଗୁ ଶ୍ରୀଲଙ୍କାରେ ଜୁନ ମାସରେ ଏହା ଆୟୋଜନ ହେବ ବୋଲି ସ୍ଥିର ହୋଇଛି । ଏ ପର୍ଯ୍ୟନ୍ତ ଏହାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇପାରି ନାହିଁ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ପ୍ରବେଶ କରିଛି । ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ସେହି ସମୟରେ ଏସିଆ କପ ହେବ ବୋଲି ସ୍ଥିର ହୋଇଛି ।

ଯଦି ଏହା ଆୟୋଜିତ ହୁଏ ତାହାହେଲେ ଭାରତ ତାର ବି’ ଟିମକୁ ପଠାଇପାରେ । ଅବଶ୍ୟ ଏ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ଏହଶାନ ମନି ପୂର୍ବରୁ କହିଥିଲେ ଭାରତ ଯଦି ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରୁଛି ତାହାହେଲେ ଏସିଆ କପ ୨୦୨୧ ବଦଳରେ ୨୦୨୩ରେ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

Comments are closed.