Latest Odisha News

BREAKING NEWS

ବାଉରୀ ବନ୍ଧୁ କରଙ୍କୁ ମରଣତ୍ତୋର ତପସ୍ୟା ଶାଶ୍ୱତ ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ତପସ୍ୟା ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ପୁରସ୍କାର ୨୦୨୦ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ପ୍ରଫେସର ବାଉରୀ ବନ୍ଧୁ କରଙ୍କୁ ମରଣତ୍ତୋର ଭାବେ ତପସ୍ୟା ଶାଶ୍ୱତ ପୁରସ୍କାର ୨୦୨୦, ଡ. ଦେବାଶିଷ ପାତ୍ରଙ୍କୁ ତପସ୍ୟା ସୃଜନ ପୁରସ୍କାର  ୨୦୨୦ ଏବଂ ସୁଶ୍ରୀ ଭୁତିଆଙ୍କୁ ତପସ୍ୟା ସମ୍ଭାବନା ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି।

ଏହି ଉତ୍ସବରେ ସାହିତ୍ୟିକ ଡ଼. ଗୌରହରି ଦାସ ‘ଜିଜ୍ଞାସା ଓ ସୃଜନଶୀଳତାର ମୃତ୍ୟୁ’ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ସ୍ତମ୍ଭକାର ଆକାର ପଟେଲ ‘ଅନ୍ୟତମ ଭାରତ’ ଶୀର୍ଷକ ‘ତୃତୀୟ ଡାକ୍ତର ବୈଦ୍ୟନାଥ ମିଶ୍ର ସ୍ମାରକୀ ବକୃତା’ ପ୍ରଦାନ କରିଥିଲେ।

ଏହି ଅବସରରେ ଭୌମିକ ମହାନ୍ତିଙ୍କ ପୁସ୍ତକ ‘ଆଇ ଡିଡ, ଡିଡ ଆଇ’ , ଡିଲେଶ୍ଵର ରଣାଙ୍କ ଗଳ୍ପ ସଂକଳନ ‘ସେଁରରା’ , ସୁରେଖା ମହାପାତ୍ରଙ୍କ କବିତା ସଙ୍କଳନ ‘ଜୀବନ, ରଙ୍ଗରୁ ରାଗ ଯାଏଁ’ ଏବଂ ପ୍ରଶାନ୍ତ ପଟ୍ଟନାୟକଙ୍କ ଉପନ୍ୟାସ ଅସତୀର ଇଂରାଜୀ ଅନୁବାଦ ‘ଦ ଇନଫିଡେଲ’ ଉନ୍ମୋଚିତ ହୋଇଥିଲା।ଫାଉଣ୍ଡେସନ ଅଧ୍ୟକ୍ଷ ଡ. ତପନ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ, ମ୍ୟାନେଜିଂ ଟ୍ରଷ୍ଟି ଜୁଲି ମିଶ୍ର , ଟ୍ରଷ୍ଟି ଡ. ହୀରଣ୍ମୟୀ ମିଶ୍ର, ଶତ୍ରୁଜିତ, ମନୋଜ ପୃଷ୍ଟି, ମନୋଜ ଭୋଇ, କମଳାକାନ୍ତ ମହାନ୍ତି, ସୁବ୍ରତ ପତି ଏବଂ ପାର୍ଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.