Latest Odisha News

ନୂଆ ଜର୍ସିରେ ନଜର ଆସିବେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଫାଣ୍ଟାସି ଗେମ୍ ସହ ଜଡିତ କମ୍ପାନୀ ମୋବାଇଲ୍ ପ୍ରିମିୟର ଲିଗ୍ (ଏମପିଏଲ୍) ଟିମ୍ ଇଣ୍ଡିଆର ଅଫିସିଆଲ୍ କିଟ୍ ସ୍ପୋନସରସିପ ପାଇଛି।

ଏନେଇ ମଙ୍ଗଳବାର ଦିନ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି।

ବର୍ତ୍ତମାନ ଟିମ୍ ଇଣ୍ଡିଆର ଜର୍ସି ଏମପିଏଲ୍ ସ୍ପୋର୍ଟସ୍ ଡିଜାଇନ୍ ସହ ତିଆରି କରିବ। ବୋର୍ଡର ଏହି ଚୁକ୍ତିନାମା ୩ ବର୍ଷ ପାଇଁ ରହୁଥିବା ବେଳେ ଏହି ସମୟ ମଧ୍ୟରେ ଏମପିଏଲ୍ ଭାରତୀୟ ପୁରୁଷ, ମହିଳା ଦଳ ଏବଂ ୧୯ ବର୍ଷରୁ କମ୍ ଦଳ ପାଇଁ କିଟ୍ ସ୍ପୋନସର ରହିବ।

ବିସିସିଆଇ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ଏମପିଏଲ୍ ସ୍ପୋର୍ଟସର ଏହି ଚୁକ୍ତିନାମା ନଭେମ୍ବର ୨୦୨୦ରୁ ଆରମ୍ଭ ହୋଇଛି, ଯାହା ଡିସେମ୍ବର ୨୦୨୩ ଯାଏଁ ରହିବ।

ତଦନୁଯାୟୀ ବର୍ତ୍ତମାନ ସମୟରେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଭାରତୀୟ ଦଳ ଏମପିଏଲ୍ ଦ୍ୱାରା ଡିଜାଇନ୍ ହୋଇଥିବା ନୂଆ ଜର୍ସିରେ ନଜର ଆସିବେ।

Comments are closed.