Latest Odisha News

BREAKING NEWS

ପୁରୁଷ, ମହିଳା ଟିମ ପାଇଁ ବିସିସିଆଇର ଅଲଗା ଅଲଗା ମାପଦଣ୍ଡ !

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନିରପେକ୍ଷତା ନେଇ ପୁନର୍ବାର ପ୍ରଶ୍ନ ଉଠିଛି । ଆଉ କିଛି ଦିନ ଭିତରେ ଟିମ୍ ଇଣ୍ଡିଆର ଉଭୟ ପୁରୁଷ ଏବଂ ମହିଳା ଟିମ୍ ଇଂଲଣ୍ଡ ଗସ୍ତରେ ଯିବେ । ବିସିସିଆଇ ପୁରୁଷ ଖେଳାଳିମାନଙ୍କ ପାଇଁ ଘରେ କରୋନା ଯାଂଚ ପରୀକ୍ଷଣ ବ୍ୟବସ୍ଥା କରାଇଥିବା ବେଳେ ମହିଳାମାନଙ୍କୁ ନିଜେ ନିଜେ ପରୀକ୍ଷା କରାଇ ନେବା ପାଇଁ ନିର୍ଦ୍ଦେଶ ଦେଇଛି । ଉଭୟ ଟିମ୍ ୧୯ ମେରେ ବାୟୋ ବବଲରେ ପ୍ରବେଶ କରିବେ । ମହିଳା ଖେଳାଳିମାନେ କରୋନା ନେଗେଟିଭ ରିପୋର୍ଟ ଆଣିଲେ ବାୟୋ ବବଲ ଏଂଟ୍ରି ପ୍ରଦାନ କରାଯିବ । ତରବରିଆ ଭାବେ ଯାଂଚ କରାଇବା ନେଇ ମହିଳା କ୍ରିକେଟରମନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କେତେକ ଖେଳାଳି ତାଙ୍କ ନାମ ଲୁଚାଇ ଏହା ଗଣମାଧ୍ୟମ ଆଗରେ କହିଛନ୍ତି, ପୁରୁଷ କ୍ରିକେଟରଙ୍କୁ ସମସ୍ତ ପ୍ରକାର ସୁଯୋଗ ପ୍ରଦାନ କରାଯାଉଥିବା ବେଳେ ଆମକୁ ଅଣଦେଖା କରାଯାଉଛି ବୋଲି ସେମାନେ କହିଛନ୍ତି । ମହିଳା ଟିମ୍ ୧୬ ଜୁନରୁ ୧୫ ଜୁଲାଇ ମଧ୍ୟରେ ଗୋଟିଏ ଟେଷ୍ଟ, ୩ ଦିନିକିଆ ଓ ୩ ଟି୨୦ ମ୍ୟାଚ ଖେଳିବ ।

Comments are closed.