Latest Odisha News

BREAKING NEWS

ରୁହନ୍ତୁ ସତର୍କ; ୭ ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍‌ ଆଲର୍ଟ

ଭୁବନେଶ୍ବର: ଆଜି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୭ଟି ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍‌ ଆଲର୍ଟ ଜାରି କରିଛି । କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, ବାଲେଶ୍ବର, ଗଞ୍ଜାମକୁ ରେଡ୍‌ ଆଲର୍ଟ ହୋଇଛି। ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟା ପିଛା ୬୦ରୁ ୭୦ କିମି ସହ ବର୍ଷା ସମ୍ଭାବନା ରହିଛି।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଆସନ୍ତା ୨୪ ଘଂଟାରେ କୋରାପୁଟ, ରାୟଗଡା, ଗଂଜାମ, ନବରଙ୍ଗପୁର, ନୂଆପଡା, ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ, କେନ୍ଦୁଝର ଝାରସୁଗୁଡା ଓ ସୁନ୍ଦରଗଡ ଏହି ୧୧ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୫୦ ରୁ ୬୦ କିମି ଝଡ଼ ପବନର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଙ୍ଗ ଜାରି ହୋଇଛି।

ଏପଟେ ରାଜ୍ୟରେ ଅସହ୍ୟ ଗରମ ସହିତ ଗୁଳୁଗୁଳି ଜାରି ରହଛି । ଆହୁରି ୪୮ ଘଣ୍ଟା ଜନଜୀବନ ଅସ୍ତବ୍ୟସ୍ତ କରିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

Comments are closed.