Latest Odisha News

ଚୁଟି ରଙ୍ଗ କରୁଥିଲେ ଧ୍ୟାନ ଦିଅନ୍ତୁ…

ଦିଲ୍ଲୀ: ବର୍ତ୍ତମାନ ସମୟରେ ଚୁଟି ରଙ୍ଗ କରିବା କିଛି ଲୋକଙ୍କ ପାଇଁ ଫ୍ୟାସନ୍ ହୋଇଥିବାବେଳେ ଆଉ କିଛି ଲୋକ ବାଧ୍ୟ ହୋଇକରୁଛନ୍ତି। କିଛି ଲୋକ ଚୁଟି ରଙ୍ଗ କରିବାକୁ ସେଲୁନକୁ ଯାଉଥିବାବେଳେ ଆଉ କିଛି ଲୋକ ଘରେ କାମ ଚଳାଇ ଦେଉଛନ୍ତି  । ସବୁଠାରୁ ବଡ କଥା ହେଲା ଚୁଟି ରଙ୍ଗ କରିବାବେଳେ କିଛି ଜିନିଷକୁ ଧ୍ୟାନ ଦେବା ଉଚିତ୍  । ଧୂଳି, ପ୍ରଦୂଷଣ ଏବଂ ଭୁଲ ଖାଦ୍ୟ ହେତୁ ଚୁଟି ଅଳ୍ପ ବୟସରେ ଧଳା ହୋଇଯାଉଛି। ବେଳେବେଳେ ଛୋଟ ପିଲାମାନଙ୍କର ଚୁଟି ମଧ୍ୟ ଧଳା ହୋଇଯିବାର ଦେଖାଯାଏ। ଏଭଳି କ୍ଷେତ୍ରରେ କିଛି ଲୋକ ବାଧ୍ୟ ହୋଇ ଚୁଟି ରଙ୍ଗ କରନ୍ତି। ଆଉ କିଛି ଲୋକ ଅଛନ୍ତି , ଯେଉଁମାନେ ଷ୍ଟାଇଲ୍ ଏବଂ ଫ୍ୟାସନ୍ ପାଇଁ ଚୁଟିକୁ ରଙ୍ଗୀନ କରିବାକୁ ପସନ୍ଦ କରନ୍ତି।

ସବୁଠାରୁ ବଡ କଥା ହେଲା ଚୁଟି ରଙ୍ଗ କରିବାବେଳେ କିଛି ଜିନିଷକୁ ଧ୍ୟାନରେ ରଖିବା ଉଚିତ। ନଚେତ ପରେ ଚୁଟି ନଷ୍ଟ ହେବାର ସମ୍ଭାବନା ଥାଏ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ବିଷୟରେ ଜାଣିନେବା। ପ୍ରାୟତଃ ଲୋକମାନେ ଚୁଟି ରଙ୍ଗ କରିବା ବେଳେ ଫ୍ୟାଶନ କିମ୍ବା କୌଣସି ମଡେଲକୁ ଧ୍ୟାନରେ ରଖନ୍ତି। କିନ୍ତୁ ଚୁଟି ରଙ୍ଗ କରିବାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନିଜ ସୁବିଧା ପ୍ରତି ଧ୍ୟାନ ଦେବା। ଚୁଟି ରଙ୍ଗ କରିବା ବେଳେ ପ୍ରାକୃତିକ ରଙ୍ଗ ବ୍ୟବହାର କଲେ ଯତ୍ନ ନେବା ସହଜ ହୋଇଯାଏ। କିନ୍ତୁ ଅନ୍ୟାନ୍ୟ ରଙ୍ଗ ଉପରେ ନିର୍ଭର କଲେ ଚୁଟିର ଯତ୍ନ ଅଧିକ ନେବା ଜରୁରୀ।

ଆଜିକାଲି ଚୁଟି ରଙ୍ଗ କରିବା ପାଇଁ ବଜାରରେ ଅନେକ ପ୍ରକାର୍ ଶେଡ୍ସ ମିଳୁଛି। କିନ୍ତୁ ହେୟାର ଷ୍ଟାଇଲ ଏବଂ ଅତ୍ୟାଧୁନିକ ଫ୍ୟାସନ ଅନୁଯାୟୀ ଉପଯୁକ୍ତ ରଙ୍ଗ ବାଛିବା ଉଚିତ। କିଛି ରଙ୍ଗ ଲମ୍ବା ଚୁଟି ପାଇଁ ଭଲ ଲାଗୁଥିବାବେଳେ ଆଉ କିଛି ରଙ୍ଗ ଛୋଟ ଚୁଟିରେ ଭଲ ଲାଗେ। ଏପରି ପରିସ୍ଥିତିରେ ଚର୍ମକୁ ମଧ୍ୟ ଧ୍ୟାନ ରଖିବା ଉଚିତ। ବିଶେଷଜ୍ଞଙ୍କ ମତରେ ଯଦି ଆପଣ ନିଜ ଚୁଟିରେ ୩ଟିରୁ ଅଧିକ ଶେଡ୍ସ ପରିବର୍ତ୍ତନ କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଏହାକୁ ଏକ ୱିଗ୍‌ରେ ପରୀକ୍ଷା କରନ୍ତୁ। ତିନିରୁ ଅଧିକ ଶେଡ୍ସର ପରିବର୍ତ୍ତନରେ ଚେହେରା କିଛି ସମୟ ପାଇଁ ଅଦଭୁତ ଦେଖାଯାଇପାରେ। ୱିଗ୍ ଉପରେ ପରୀକ୍ଷା କରିବା ପରେ ଯଦି ପରିବର୍ତ୍ତନ କରିବା ଆବଶ୍ୟକ, ତେବେ ଏହା ସହଜ ହୋଇଯାଏ।

 

Comments are closed.