Latest Odisha News

ଭାଲୁ କାମୁଡାରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ପାପାଡାହାଣ୍ଡି: ଭାଲୁ ଆକ୍ରମଣରେ ମହିଳା ଗୁରୁତର । ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତେନ୍ତୁଳିଗୁଡ଼ା ଗାଁରେ ଏହି ଘଟଣା ଘଟିଛି ।

ସୂଚନାନୁସାରେ, ପ୍ରେମାଙ୍ଗିନି ବାଘ ନାମକ ଜଣେ ମହିଳା ଭୋର ସମୟରେ ଗାଁ ନିକଟସ୍ଥ ଜଙ୍ଗଲରେ ଶୌଚ କରିବାକୁ ଯାଉଥିବା ସମୟରେ ଦୁଇଟି ଭାଲୁ ମହିଳାଙ୍କୁ ପଛପଟୁ ଆକ୍ରମଣ କରିଥିଲେ । ପ୍ରାଣବିକଳରେ ମହିଳା ଜଣକ ଚିତ୍କାର କରିଥିଲେ। ଯାହାଫଳରେ ଗ୍ରାମବାସୀ ଦୁଇ ଭାଲୁକୁ ଘଉଡ଼ାଇ ପ୍ରେମାଙ୍ଗିନିଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଇଥିଲେ । ପ୍ରେମାଙ୍ଗିନି ବର୍ତ୍ତମାନ ସୁରକ୍ଷିତ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.