Latest Odisha News

BREAKING NEWS

କଟକ ନେତାଜୀ ବସ୍ ଟର୍ମିନାଲ ପାଇଁ ଜମି ଅଧିଗ୍ରହଣ ଆରମ୍ଭ

କଟକ: କଟକରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ପାଇଁ ଆରମ୍ଭ ହେଲା ଜମି ଅଧିଗ୍ରହଣ କାମ । ପ୍ରଥମ ପର୍ଯ୍ୟାୟରେ ଉଚ୍ଛେଦ ହେଲା ବାଦାମବାଡ଼ି ବାଳିକା ହାଇସ୍କୁଲ । ପ୍ରୋକଲିନ୍ ଯୋଗେ ଘର ଭଙ୍ଗା ଯାଉଛି । ନିକଟରେ ଥିବା ସରକାରୀ ଜମିରୁ ମଧ୍ୟ ଉଚ୍ଛେଦ ହଟାଯାଉଛି ।

ସେହିପରି ଆସନ୍ତା ୩ ତାରିଖ ସୁଦ୍ଧା ବିଶ୍ୱନାଥ ପଣ୍ଡିତ ପାଠାଗାର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ସିଡିଏ ସେକ୍ଟର-୬ରେ ଥିବା OAT ବିଲ୍ଡିଂକୁ ଯିବ ବିଶ୍ୱନାଥ ପଣ୍ଡିତ ପାଠାଗାର । କଟକ ଖାନନଗରରେ ୧୨ ଏକର ଜମିରେ ନିର୍ମାଣ ହେବ ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲ ।

ଜାନୁଆରି ୨୩ ତାରିଖରେ ନେତାଜୀଙ୍କ ଜୟନ୍ତୀରେ ଏଥିପାଇଁ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସ୍ ଟର୍ମିନାଲ ନିର୍ମାଣରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା । ଟର୍ମିନାଲରେ ଏକାସଙ୍ଗରେ ରହିପାରିବ ୧୮୦ଟି ବସ୍ । ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଦୁଇ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.