Latest Odisha News

BREAKING NEWS

କରୋନା ସ୍ଲୋ ଡାଉନକୁ ମାତ ଦେଇ ଦିନକରେ ଓଡିଶାରେ ବିକ୍ରି ହେଲା ୫୦୦ ବୁଲେଟ୍‌

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଅଟୋମୋବାଇଲ ଶିଳ୍ପଠୁ ଆରମ୍ଭ କରି ବଡ ବ୍ୟବସାୟ ସବୁଥିରେ ମାନ୍ଦାବସ୍ଥା ଜାରି ରହିଥିବା କୁହାଯାଉଛି । ତେବେ ଏଭଳି ସମୟରେ ସୌଖୀନ ମୋଟର ସାଇକେଲ ବିକ୍ରି କରୁଥିବା ରୟାଲ ଏନଫିଲ୍ଡ ପକ୍ଷରୁ ଗୋଟିଏ ଦିନରେ ରାଜ୍ୟରେ ୫୦୦ ବୁଲେଟ୍ ଗ୍ରାହକଙ୍କୁ ହସ୍ତାନ୍ତର କରାଯାଇଛି ।

ଲକ୍ଷାଧିକ ଟଙ୍କାରୁ ଆରମ୍ଭ ହେଉଥିବା ସୌଖୀନ ବୁଲେଟ୍ ଚଢିବା ପାଇଁ ଅନେକଙ୍କ ମନରେ ଅଭିଳାଷ ଥାଏ ।
ଗୋଟିଏ ଦିନରେ ଡେଲିଭର ହୋଇଥିବା ୫୦୦ ସୌଖୀନ ବୁଲେଟ୍‌ଗୁଡିକ ମଧ୍ୟରେ ରହିଛି କ୍ଲାସିକ୍ ୩୫୦, ବୁଲେଟ୍ ୩୫୦, ହିମାଲୟାନ୍ ଓ କ୍ଲାସିକ୍ ୩୫୦ ଷ୍ଟିଲ୍‌ଥ ବ୍ଲାକ୍‌ଲିଡିଙ୍ଗ୍ ଦ ୱେ ସହିତ ୬୫୦ ଟ୍ୱିନ୍‌ସ ଭଳି ଅନେକ ଦାମୀ ଓ ଲୋକପ୍ରିୟ ମଡେଲ୍ ସାମିଲ ଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ସେପ୍ଟେମ୍ବର ମାସରେ ରୟାଲଏନ୍‌ଫିଲ୍ଡ ର ବିକ୍ରିସଂଖ୍ୟା ଗତ ବର୍ଷର ସମାନ ଅବଧିରେ ହୋଇଥିବା ବିକ୍ରି ସଂଖ୍ୟାକୁ ଅତିକ୍ରମ କରିଥିବା ଦୃଷ୍ଟିରୁ କମ୍ପାନୀ ଲକ୍‌ଡାଉନ ପୂର୍ବ ବଜାର ସ୍ଥିତି ଫେରି ପାଇଛି ।

କୋଭିଡ ଯୋଗୁଁ ସୃଷ୍ଟି ହୋଇଥିବା ଜଟିଳ ପରିସ୍ଥିତିରେ ଗ୍ରାହକଙ୍କ ପାଖରେ ପହଞ୍ଚିବା ପାଇଁ କମ୍ପାନୀ ପକ୍ଷରୁ ହୋମ ଟେଷ୍ଟ ରାଇଡ୍‌, ସର୍ଭିସ୍ ଅନ୍ ହ୍ୱିଲ୍ ମୋଟରସାଇକେଲ୍ ଇତ୍ୟାଦି ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.