Latest Odisha News

BREAKING NEWS

କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀଙ୍କୁ ସମନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀଙ୍କୁ ଦେଶଦ୍ରୋହ ମାମଲାରେ ମୁମ୍ବାଇ ପୁଲିସ୍‌ ଜେରା କରିବ । ଏଥିପାଇଁ ଆଜି ମୁମ୍ବାଇ ପୁଲିସ କଙ୍ଗନାଙ୍କୁ ସମନ କରିଛି । ଉଭୟଙ୍କୁ ୨୬ ଓ ୨୭ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ହାଜର ହେବାକୁ ସମନରେ କୁହାଯାଇଛି ।

BjdElectrycity

ଶାହିଲ ଆଶରଫ ଅଲୀ ନାମକ ଜଣେ ବ୍ୟକ୍ତି ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ବାନ୍ଦ୍ରା ପୁଲିସ୍‌ ଷ୍ଟେସନରେ  ଆଇପିସିର ଧାରା ୧୫୩-ଏ,୨୯୫ ଏ, ୧୨୪ଏ (ଦେଶଦ୍ରୋହ) ଓ ୩୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା । ଶୁଣାଣି ବେଳେ କୋର୍ଟ ଆଗରେ କଙ୍ଗନା କରିଥିବା ବିଭିନ୍ନ ଟ୍ୱିଟ ଓ ଟିଭି ସାକ୍ଷାତକାର ଉପସ୍ଥାପନ କରାଯାଇଥିଲେ । ସେହିପରି ତାଙ୍କ ଉଭଣୀ ହିନ୍ଦୁ ଓ ମୁସଲିମଙ୍କୁ ନେଇ କରିଥିବା ଗୋଟିଏ ଟ୍ୱିଟ ମଧ୍ୟ କୋର୍ଟ ଦେଖିଥିଲେ ।ଏହାପରେ ଯାଇ କୋର୍ଟ ମାମଲାରେ ଏଫଆଇଆର ରୁଜୁ କରିବାକୁ କହିଥିଲେ ।

Leave A Reply

Your email address will not be published.