Latest Odisha News

BREAKING NEWS

କାର ଭିତରେ ଯୁବକ ପାଳିଛନ୍ତି ମହୁମାଛି

ଚୀନ୍‌: କିଛି ପ୍ରାଣୀ ଓ କୀଟପତଙ୍ଗ ଅଛନ୍ତି, ଯାହା ଆମ ପାଇଁ ବିପଦ ନୁହେଁ । କିନ୍ତୁ ଯଦି ସେମାନେ ଲୋକଙ୍କ ସଂର୍ଶ୍ପରେ ଆସନ୍ତି, ତେବେ ସେମାନେ ମାରାତ୍ମକ ହୋଇଯାଆନ୍ତି । ସେଥିମଧ୍ୟରୁ ମହୁମାଛି ଅନ୍ୟତମ । ଯଦି ଏହି ମହୁମାଛି କାହାକୁ ଆକ୍ରମଣ କରନ୍ତି, ତେବେ ତାଙ୍କର ମୃତ୍ୟୁ ବି ହୋଇପାରେ । କିନ୍ତୁ ଚୀନ୍‌ରେ ଏମିତି ଜଣେ ଯୁବକ ଅଛନ୍ତି, ଯିଏ ନିଜ କାରରେ ମହୁମାଛି ପାଳୁଛନ୍ତି ।

ଚୀନରେ ରହୁଥିବା ଏହି ଯୁବକ ଜଣକଙ୍କ କାରରେ ମହୁମାଛି ବସା ବାନ୍ଧିଛନ୍ତି । ସେ ପ୍ରତ୍ୟେକ ଦିନ କାର ଚଳାଇ ଯିବା ଆସିବା କରୁଥିଲେ ମଧ୍ୟ ମହୁମାଛି ତାଙ୍କର କୌଣସି କ୍ଷତି କରୁନାହାନ୍ତି । ଏହାର ଏକ ଭିଡ଼ିଓ ସେ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ଭିଡ଼ିଓକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯୁବକ ଜଣକ କହିଛନ୍ତି ଯେ, ସେ ଶୀଘ୍ର ଧନୀ ହେବାକୁ ଯାଉଛନ୍ତି । କାରଣ ଏଠାକାର ଲୋକଙ୍କ ବିଶ୍ୱାସ ରହିଛି ଯେ, ଘର ଭିତରେ ମହୁମାଛି ବସା ବାନ୍ଧିବା ଶୁଭଙ୍କର ସଙ୍କେତ ବୋଲି ବିବେଚନା କରାଯାଏ ।
ଏହି ଭିଡିଓ ଦେଖିବା ପରେ କିଛି ଲୋକ ବିସ୍ମିତ ହୋଇ କହିଛନ୍ତି ଯେ ଗୃହପାଳିତ ପଶୁ ଭାବରେ ମହୁମାଛି ରଖି ଜଣେ କିପରି ବଞ୍ଚିପାରିବ ।

Leave A Reply

Your email address will not be published.