Latest Odisha News

BREAKING NEWS

ଗୋବିନ୍ଦାଙ୍କ ପୂର୍ବରୁ ପତ୍ନୀ ସୁନୀତା ମଧ୍ୟ ହୋଇଥିଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଗତକାଲି ବଲିଉଡ୍‌ ଅଭିନେତା ଗୋବିନ୍ଦା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସୂଚନା ମୁତାବକ ଗୋବିନ୍ଦାଙ୍କ ପୂର୍ବରୁ ତାଙ୍କ ପତ୍ନୀ ସୁନୀତା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍‌ନାକୁ ଆସିଛି।

ସୁନୀତା ପ୍ରକାଶ କରିଛନ୍ତି ଯେ ସେ କିଛି ସପ୍ତାହ ପୂର୍ବରୁ ସେ ମଧ୍ୟ କରୋନା ପରୀକ୍ଷା କରିଥିଲେ। ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଭାବୁଛି ଯେ ମୁଁ କୋଲକାତା ଗସ୍ତ ସମୟରେ କରୋନା ସଂକ୍ରମିତ ହୋଇଛି। ଗୋବିନ୍ଦା ଏବଂ ମୁଁ ଏକ ଚ୍ୟାନେଲର ସୋ ପାଇଁ ସେଠାକୁ ଯାଇଥିଲୁ। ମୁମ୍ବାଇ ଫେରିବା ପରେ ମୁଁ କିଛି ଲକ୍ଷଣ ଅନୁଭବ କଲି ଏବଂ ଏହାପରେ ଭୋଭିଡ୍‌ ପରୀକ୍ଷା କରିଥିଲି। ଦୁର୍ଭାଗ୍ୟବଶତଃ ରିପୋର୍ଟ ପଜିଟିଭ ଆସିଥିଲା।

Comments are closed.