Latest Odisha News

BREAKING NEWS

ମୃତ୍ୟୁର କିଛି ସମୟ ପୂର୍ବରୁ ଆଜେକ୍ସ ତାଙ୍କ ପ୍ରେମିକାଙ୍କ ସହ କଥା ହେଉଥିଲେ!

ଭୁବନେଶ୍ୱର: ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନାହିଁ। ଇତିମଧ୍ୟରେ ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି ଯେ ମୃତ୍ୟୁ ପୂର୍ବରୁ ପ୍ରାୟ ୯୭ ସେକେଣ୍ଡ ଯାଏ ଆଜେକ୍ସ ତଥାକଥିତ ପ୍ରେମିକାଙ୍କ ସହ କଥାବାର୍ତ୍ତା କରୁଥିଲେ। ପରେ ତାଙ୍କୁ ଭିଡିଓ କଲ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ରିସିଭ୍ କରିନଥିଲେ।

ସେ ଭିଡିଓ କଲ୍ କରିବାକୁ ଚେଷ୍ଟା କରିବା ବେଳକୁ ସେ ଫାଶୀ ଲଗାଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି, ଯେଉଁଥିପାଇଁ ସେ କଲ୍ ରିସିଭ୍ କରିପାରିନଥିଲେ।

ଏବେ ଅନେକ ପ୍ରଶ୍ନ ଉଠୁଛି- ୯୭ ସେକେଣ୍ଡର ଏହି କଲ୍ ବେଳେ ଡିଜେ ଆଜେକ୍ସ ତାଙ୍କ ପ୍ରେମିକାଙ୍କୁ ଏଭଳି ଚରମ ପଦକ୍ଷେପ ନେଉଥିବା ସୂଚନା ଦେଇଥିଲେ କି? କାହିଁକି ସେ ଭିଡିଓ କଲ୍ କରିବାକୁ ଚେଷ୍ଟା କରିଥିଲେ? ସେ କ’ଣ ତାଙ୍କ ପଦକ୍ଷେପ ବିଷୟରେ ଅବଗତ ଥିଲେ, ଯଦି ହଁ ତେବେ ସେ ତୁରନ୍ତ ଫୋନ୍ କରି ତାଙ୍କ ବାପା ମାଆଙ୍କୁ କାହିଁକି ଜଣାଇଲେ ନାହିଁ ଯିଏ ତାଙ୍କୁ ବଞ୍ଚାଇ ପାରିଥାନ୍ତେ?

ଆଜେକ୍ସଙ୍କ ମୃତ୍ୟୁ ରହସ୍ୟ ଭିତରେ ରହିଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକ ଏବେ ମାମଲାକୁ ଜଟିଳ କରିଦେଇଛି। ଅନ୍ୟପଟେ ଏକ ସାଇବର ଟିମ୍ ଖାରବେଳ ନଗର ଥାନାକୁ ଯାଇ ଆଜେକ୍ସଙ୍କ ଇ-ମେଲ, ସୋସିଆଲ ମିଡିଆ ଆକାଉଣ୍ଟ, ଲାପଟପ୍ ଓ ମୋବାଇଲଫୋନ୍ ସମେତ ସମସ୍ତ ଡିଜିଟାଲ୍ ପ୍ରମାଣକୁ ଯାଞ୍ଚ କରିଛି।

ଏହା ପୂର୍ବରୁ ଡିଜେ ଆଜେକ୍ସଙ୍କ କାନ୍ଦୁଥିବାର ଏବଂ ଅତ୍ୟଧିକ ଚାପରେ ଥିବାର କିଛି ଫଟୋ ସାମ୍ନାକୁ ଆସିଥିଲା। ଯାହା ମୃତ୍ୟୁ ପୂର୍ବର ଥିଲା। ଏହି ଫଟୋକୁ ସେ ତାଙ୍କ ଇମେଲରେ ପ୍ରେମିକାଙ୍କୁ ଲେଖି ପଠାଇଥିଲେ। ସାଇବର୍ ଟିମ୍ ଡିଜିଟାଲ୍ ପ୍ରମାଣକୁ ଯାଞ୍ଚ କରିବା ପରେ ଏବେ ତାଙ୍କ ପ୍ରେମିକାଙ୍କ ସହ ବ୍ରେକ୍ଅପ୍ ତାଙ୍କ ଏଭଳି ଚରମ ପଦକ୍ଷେପ ପଛର କାରଣ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

Leave A Reply

Your email address will not be published.