Latest Odisha News

BREAKING NEWS

ସଂଘୀୟ ବ୍ୟବସ୍ଥାକୁ ମଜବୁତ ଓ ସୁରକ୍ଷା ପାଇଁ ଆହ୍ୱାନ କଲେ ନବୀନ ଓ ମମତା

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତ ଶେଷ କରି କର୍ଣ୍ଣାଟକ ଯିବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଧାରିତ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ନବୀନ ନିବାସ ଯାଇ ତାଙ୍କର ପ୍ରତିପକ୍ଷ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଯାହା ଉପରେ ସାରା ଦେଶର ନଜର ଥିଲା। ଭେଟଘାଟ ପଛର ଉଦ୍ଦେଶ୍ୟ ରାଜନୈତିକ ଥିଲା ବୋଲି କୁହାଯାଉଥିଲା। ଯେତେବେଳେ କି ଅଣ ବିଜେପି ଓ ଅଣ କଂଗ୍ରେସ ଦଳ ତୃତୀୟ ସାମ୍ମୁଖ୍ୟ ଉପରେ ଜୋର ଦେଉଛନ୍ତି। କିନ୍ତୁ ଏପରି ଚର୍ଚ୍ଚାକୁ ଉଭୟ ନେତା ଖାରଜ କରିଛନ୍ତି। ହେଲେ ବୈଠକ ବେଳେ ସଂଘୀୟ ବ୍ୟବସ୍ଥାର ସୁରକ୍ଷା ବାବଦରେ ମମତା ଆଲୋଚନା କରିଛନ୍ତି ବୋଲି ମିଡିଆ ଆଗରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ଅନୁଷ୍ଠିତ ବୈଠକ ଶେଷ ହେବା ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ସଙ୍ଘୀୟ ବ୍ୟବସ୍ଥାକୁ ସ୍ଥାୟୀ ଓ ସୁଦୃଢ଼ କରିବା ପାଇଁ ଆମେ ସଙ୍କଳ୍ପ ନେଇଛୁ। ଏହା ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଆଲୋଚନା ହୋଇ ନ ଥିଲା।”

ନବୀନ ପଟ୍ଟନାୟକଙ୍କୁ ସମର୍ଥନ କରି ମମତା ବାନାର୍ଜୀ କହିଥିଲେ ଯେ ନବୀନଙ୍କ କଥାକୁ ମୁଁ ଦୃଢ଼ ସମର୍ଥନ କରୁଛି ଏବଂ ଏହାକୁ ମୁଁ ପ୍ରଶଂସା କରୁଛି।”

ଉଲ୍ଲେଖଯୋଗ୍ଯ, ବିଭିନ୍ନ ସମୟରେ କେନ୍ଦ୍ର ସହ ତିକ୍ତତା ପରେ ମମତା ବାନାର୍ଜୀ ସଂଘୀୟ ବ୍ୟବସ୍ଥା ସୁଦୃଢ କରିବା ଉପରେ ଜୋର ଦେଇ ଆସୁଛନ୍ତି। କେନ୍ଦ୍ର ମାତ୍ରାଧିକ ହସ୍ତକ୍ଷେପ କରିବା ସହିତ ଏକଛାଟିଆ ଭାବେ କାମ କରୁଛି ବୋଲି କହି ମମତା ବିଭିନ୍ନ ସମୟରେ କେନ୍ଦ୍ର ସରକାରକୁ ସଂଘୀୟ ବ୍ୟବସ୍ଥା କ୍ଷୁର୍ଣ୍ଣ ହେଉଛି କହି କାଠଗଡାକୁ ଟାଣନ୍ତି। ଆଉ ମୋଦୀଙ୍କ ଅନ୍ୟତମ ନିକଟତମ ବନ୍ଧୁ କୁହାଯାଉଥିବା ନବୀନଙ୍କ ସହ ବୈଠକ ବେଳେ ମମତା ସମାନ ପ୍ରସଙ୍ଗ ଉଠାଇଛନ୍ତି।

Leave A Reply

Your email address will not be published.