Latest Odisha News

BREAKING NEWS

ଆନନ୍ଦପୁରର ଏହି ପଞ୍ଚାୟତରେ ୪ ଦିନିଆ ସଟଡାଉନ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା, ଆନନ୍ଦପୁର ସ୍ଥିତ ବେଲବାହାଳି ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ ଆଗାମୀ ୪ ଦିନ ଯାଏଁ ସଟଡାଉନ ଘୋଷଣା କରାଯାଇଛି । ଅଗଷ୍ଟ ୭ ତାରିଖରୁ ଅଗଷ୍ଟ ୧୦ତାରିଖ ପର୍ଯ୍ୟନ୍ତ ବେଲବାହାଳି ଅଞ୍ଚଳକୁ ୪ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

ଏହି ସମୟରେ କେବଳ ଔଷଧ ଦୋକାନ ଛଡା ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କୌଣସି ବ୍ୟକ୍ତି ଏହି ସଟଡାଉନ କଟକଣାର ଅବମାନନା କଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.