Latest Odisha News

BREAKING NEWS

ଇଡିରେ ହାଜର ହେବେ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଡୁଆ ଭିତରେ ଫଶିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ତାଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଥିବା ବେଳେ ଇଡି ସ୍କାନରରେ ବି ଅଛନ୍ତି ରିୟା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସେ ହାଜର ହେବେ । ପୂର୍ବରୁ ତାଙ୍କୁ ସମନ୍ କରାଯାଇଥିଲା ।

ରିୟା ଇଡିରେ ହାଜର ହେବେ କି ନାହିଁ ତା ଉପରେ ନଜର ରହିଛି । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆର୍ଥିକ ଦିଗର ଖୋଳତାଡ କରୁଛି ଇଡି । ଏଥିରେ ତାଙ୍କର କିଭଳି ସଂପୃକ୍ତି ରହିଛି, ସେନେଇ ତାଙ୍କୁ ପଚରାଉଚରା କରିବ । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ମାମଲା ରୁଜୁ କରି ଖୋଳତାଡ କରୁଛି ଇଡି ।

Leave A Reply

Your email address will not be published.