Latest Odisha News

BREAKING NEWS

ବଢ଼ୁଛି ସଂକ୍ରମଣ: ନୀଳଗିରି ଏନଏସିରେ ୫ ଦିନିଆ ସଟଡାଉନ ଘୋଷଣା

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ନୀଳଗିରି ଏନ୍ଏସିରେ ସଟଡାଉନ ଘୋଷଣା । ଏହି ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଡି ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ଏହାକୁ ୧୧ ତାରିଖ ସକାଳ ୫ ଯାଏଁ ସଟଡାଉନ ଘୋଷଣା କରାଯାଇଛି।

ନୀଳଗିରି ଉପଜିଲ୍ଲାପାଳ ଦେଇଥିବା ସୂଚନା ଅନୁସାରେ, ଏହି ସଟଡାଉନ କଟକଣା ଗୁରୁବାର ମଧ୍ୟ ରାତ୍ରରୁ ଆସନ୍ତା ୧୧ ତାରିଖ ସକାଳ ୫ଟା ଯାଏଁ ବଳବତ୍ତର ରହିବ ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ୧୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସେହିପରି ବ୍ୟାଙ୍କ ମଧ୍ୟ ସକାଳ ୮ଟାରୁ ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ।

Leave A Reply

Your email address will not be published.