Latest Odisha News

BREAKING NEWS

ହକି ବିଶ୍ୱକପ: ନେଦରଲାଣ୍ଡ, ବେଲଜିୟମ ବିଜୟୀ

ରାଉରକେଲା: ଚଳିତ ହକି ବିଶ୍ୱକପରେ ଶନିବାର ଅନୁଷ୍ଠିତ ମୁକାବିଲାରେ ନେଦରଲାଣ୍ଡ ୪-୦ ଗୋଲରେ ମାଲେସିଆକୁ ଓ ବେଲିଜୟମ ୫-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛନ୍ତି । ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ପୁଲ ସି ମ୍ୟାଚରେ ନେଦରଲାଣ୍ଡ ସମ୍ପୂର୍ଣ୍ଣ ଏକତରଫା ଭାବେ ମାଲେସିଆକୁ ପରାଜିତ କରିଥିଲା । ସେହିପରି ଭୁବନେଶ୍ୱରରେ ଅନୁଷ୍ଠିତ ବେଲଜିୟମ ଓ ଦକ୍ଷିଣ କୋରିଆ ମ୍ୟାଚ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା ।

ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ବେଲଜିୟମ ଆକ୍ରମଣାତ୍ମକ ପ୍ରଦର୍ଶନ କରି ୫ଟି ଗୋଲ ସ୍କୋର କରିଥିଲା । ଦକ୍ଷିଣ କୋରିଆ କୌଣସି ଗୋଲ କରିପାରି ନ ଥିଲା । ଅନ୍ୟ ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ୩-୧ ଗୋଲରେ ଚିଲିକୁ ପରାସ୍ତ କରିଛି ।

Leave A Reply

Your email address will not be published.