Latest Odisha News

BREAKING NEWS

ଅଫିସ୍‌ରେ ପୁଣି ହୋଇଥିଲା ଚଢ଼ାଉ, ମନୀଷ ସିସୋଦିଆଙ୍କ ଅଭିଯୋଗରେ ସିବିଆଇ କହିଲା ନା

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କ କାର୍ଯ୍ୟାଳୟରେ ପୁଣିଥରେ ସିବିଆଇ ଚଢ଼ାଉ କରିଛି। ଶନିବାର ତାଙ୍କ କାର୍ଯ୍ୟାଳୟ ଚଢ଼ଉ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ହେଲେ ମନୀଷଙ୍କ ଅଭିଯୋଗକୁ ଅସ୍ୱୀକାର କରିଛି ଏଜେନ୍ସି। ଚଢାଉ ହୋଇ ନାହିଁ ବୋଲି ସିବିଆଇ କହିଛି।

BjdElectrycity

ମନୀଷ ଛଢ଼ାଉ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ। ସେ ଲେଖିଥିଲେ “ ଆଜି ପୁଣିଥରେ ସିବିଆଇ ମୋର ଅଫିସ୍‌ରେ ଆସି ପହଞ୍ଚିଛି। ତାଙ୍କୁ ସ୍ୱାଗତ। ସେ ମୋ ଘରେ ରେଡ୍ କରିଛନ୍ତି ଅଫିସରେ ସର୍ଚ୍ଚ କରିଛନ୍ତି। ଲକର ଖୋଜିବା ପରେ ଗାଁରେ ପର୍ଯ୍ୟନ୍ତ ଛାନଭିନ କରିଛି। ମୋ ବିରୋଧରେ କିଛି ମିଳିନାହିଁ ଆଉ ନା ମିଳିବ। କାରଣ ମୁଁ କିଛି ଭୁଲ୍ କରି ନାହିଁ। ସଚ୍ଚୋଟତାର ସହ ଦିଲ୍ଲୀର ପିଲମାନଙ୍କ ଶିକ୍ଷା ପାଇଁ କାମ କରିଛି।”

ସିସୋଦିଆଙ୍କ ଅଭିଯୋଗ ପରେ ସିବିଆଇ ସ୍ପଷ୍ଟୀକରଣ ରଖିଛି। ଟିମ୍ ଆବଶ୍ୟକ କାଗଜପତ୍ର ଏକାଠି କରିବାକୁ ଅଫିସ୍‌ ଯାଇଥିଲା ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ଏନେଇ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି “ ମନୀଷ ସିସୋଦିଆଙ୍କ ଅଫିସରରେ ସିବିଆଇ କୌଣସି ପ୍ରକାର ସର୍ଚ୍ଚ କରିନଥିଲା। ତାଙ୍କୁ କେବଳ ସିଆର୍‌ପିସି ଧାରା ୯୧ ଅନୁସାରେ କିଛି ରିପୋର୍ଟ ସବ୍‌ମିଟ କରିବାକୁ କହୁଯାଇଥିଲା। ଡକ୍ୟୁମେଣ୍ଟ ସବମିଟ୍ କରିବାକୁ ଏହା ଇଶୁ କରାଯାଇଥିଲା। ସିବିଆଇ ସେହିସବୁ ଡକ୍ୟୁମେଣ୍ଟ କଲେକ୍ଟ କରିବାକୁ ଅଫିସ୍‌କୁ ଯାଇଥିଲା।”

ସୂଚନା ଥାଉକି, ଯେ ଦିଲ୍ଲୀର ଚର୍ଚ୍ଚିତ ମଦନୀତିରେ ତ୍ରୁଟିକୁ ନେଇ ସିବିଆଇ ତଦନ୍ତ କରୁଛି। ଏହି ମାମଲାରେ ସିବିଆଇ ମନୀଷଙ୍କ ସମେତ ଆଉ କିଛି ଜଣଙ୍କ ବିରୋଧରେ ମୋକଦ୍ଦମା କରିଥିଲା। ଏହାକୁ ନେଇ ଗତବର୍ଷ ଅଗଷ୍ଟ ମାସରେ ସିବିଆଇ ମନୀଷ ସିସୋଦିଆଙ୍କ ବିଭିନ୍ନ ଠିକଣାରେ ଚଢଉ କରିଥିଲା।

Leave A Reply

Your email address will not be published.