Latest Odisha News

BREAKING NEWS

ପରପାରିରେ ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର

ବାଲେଶ୍ୱର: ଆଉ ନାହାନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର । ୮୧ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗ ଭୁବନେଶ୍ୱର ଅଣାଯାଉଥିଲା । ଏତିକିବେଳେ ପାଣିକୋଇଲି ନିକଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କାର୍ତ୍ତିକେଶ୍ୱର ପାତ୍ର ।

ମୁଖ୍ୟମନ୍ତ୍ରୀଙ୍କ ଶୋକ
କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ କାର୍ତ୍ତିକେଶ୍ୱର ପାତ୍ର । ତାଙ୍କ ବିୟୋଗ ଖବର ଶୁଣି ଜନ୍ମମାଟି ଭୋଗରାଇ ଓ ବାଲେଶ୍ୱର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରକୁ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି ।

Former MP Kartikeswar Patraତିନି ଥର ବିଧାୟକ, ଥରେ ସାଂସଦ
୧୯୪୧ ମସିହାରେ ଭୋଗରାଇ ବ୍ଲକର ସୁନ୍ଦରାଡ଼ି ଗାଁରେ ଜନ୍ମଗ୍ରହଣ କରିଥିଲେ କାର୍ତ୍ତିକେଶ୍ୱର ପାତ୍ର । ୧୯୭୧ ମସିହାରେ ଭୋଗରାଇ ନିର୍ବାଚନ ମଣ୍ଡଳୀ‌ରୁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୪ରେ ଦ୍ୱିତୀୟ ଥର ବିଜୟୀ ହୋଇଥିଲେ କାର୍ତ୍ତିକେଶ୍ୱର ପାତ୍ର । ଜରୁରୀକାଳୀନ ପରିସ୍ଥିତି ପରେ ୧୯୭୭‌ ନିର୍ବାଚନରେ କଂଗ୍ରେସ ଦଳରୁ ଲଢ଼ି ପରାସ୍ତ ହୋଇଥିଲେ । ୧୯୮୦ରେ ତୃତୀୟ ଥର ବିଧାୟକ ହୋଇତିଲେ କାର୍ତ୍ତିକେଶ୍ୱର ପାତ୍ର । ସେହିପରି ୧୯୯୧ରେ ବାଲେଶ୍ୱର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.