Latest Odisha News

BREAKING NEWS

କୋଭିଡ୍ କାଟ୍ ଦରମା ବିଳମ୍ବ ହେବାରୁ ଇଣ୍ଡିଗୋ କୁ ଗାଳି କଲେ ପାଇଲଟ୍; ଡିଜିସିଏ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: କୋଭିଡ୍ ସମୟରେ କାଟ୍ ହୋଇଥିବା ଦରମା ଭରଣା ନ ହେବାରୁ ବିମାନରେ ଇଣ୍ଡିଗୋକୁ ଗାଳି କରି ଫସିଯାଇଛନ୍ତି ପାଇଲଟ୍। ଜରୁରୀ ସେବା ପାଇଁ ଥିବା ୧୨୧.୫ ଫ୍ରିକ୍ବେନ୍ସି ରେ ପ୍ରାୟ ସାତ ଜଣ ଇଣ୍ଡିଗୋ ପାଇଲଟ୍ କମ୍ପାନୀ କୁ ଗାଳି କରୁଥିଲେ । ଏନେଇ ଏଟିସି(ଏୟାର ଟ୍ରାଫିକ କଣ୍ଟ୍ରୋଲ) ଡିଜିସିଏ କୁ ଅଭିଯୋଗ କରିବା ପରେ ସେମାନଙ୍କ ବିରୋଧରେ ତଦନ୍ତ କରାଯାଉଛି ।

ଏପ୍ରିଲ ୯ ରେ ଗୋଟିଏ ସାତ ଜଣିଆ ପାଇଲଟ୍ ଗୋଷ୍ଠୀ ବିମାନ ଆକାଶରେ ଉଡୁଥିବା ସମୟରେ ଇଣ୍ଡିଗୋ କୁ ଦରମା ଭରଣା ନ କରବା ପାଇଁ ଗାଳି କରୁଥିଲେ । ସମାଲୋଚନା କରିବା ପାଇଁ ସେମାନେ ୧୨୧.୫ ଫ୍ରିକ୍ବେନ୍ସି ବ୍ୟବହାର କରିଥିଲେ । ଯାହା ଜରୁରୀ ସମୟରେ କିମ୍ବା ଯାତ୍ରୀଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବା ସକାଶେ ବ୍ୟବହାର ହୁଏ ।

ଏଭଳି ସମାଲୋଚେନା ପାଇଲଟଙ୍କ ମୌଳିକ ଟ୍ରେନିଂ ଗାଇଡଲାଇନ ବିରୁଦ୍ଧାଚରଣ କରୁଛି ବୋଲି ଡିଜିସିଏ କହିଛି । ଏବେ ତଦନ୍ତ ଚାଲୁଛି ଏବଂ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଡିଜିସିଏ କହିଛି । ପାଇଲଟ ମାନେ ଜରୁରୀକାଳୀନ ସେବାର ନିୟମାବଳୀକୁ ପାଳନ କରିବାକୁ ପ୍ରତିବଦ୍ଧ ହେବା ଉଚିତ୍ ।
ଇଣ୍ଡିଗୋ ମୁଖପାତ୍ର କହିଛନ୍ତି ଯେ, ପାଇଲଟ ମାନଙ୍କ ବିରୋଧରେ ରେଗୁଲେଟର ବୋର୍ଡ ତଦନ୍ତ କରୁଛି ଏବଂ ଖୁବ୍ ଶୀଘ୍ର କାର୍ୟ୍ୟାନୁଷ୍ଠାନ ହେବ ।

Leave A Reply

Your email address will not be published.