Latest Odisha News

BREAKING NEWS

ହୃଦରୋଗରୁ ରକ୍ଷା କରିବ ଅର୍ଜ୍ଜୁନ ଗଛର ଛାଲି

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ଶୈଳୀ ମଧ୍ୟରେ ନିଜର ଯତ୍ନ ନେବା କଷ୍ଟକର ହୋଇ ପଡୁଛି। ଯାହାର କାରଣରୁ ଛୋଟ ବୟସରୁ ଅନେକ ବଡ଼ ରୋଗର ଶିକାର ହେବାକୁ ପଡୁଛି। ବର୍ତ୍ତମାନ ସମୟରେ ହୃଦରୋଗୀଙ୍କ ସଂଖ୍ୟା ବହୁଳ ଭାବେ ବୃଦ୍ଧି ପାଇବାରେ ଲାଗିଛି।

କେବଳଯେ ବୟସ୍କ ଲୋକ ହୃଦ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହା ନୁହେଁ କୋମଳ ମତି ଶିଶୁବି ଏଥିରୁ ବାଦ ପଡ଼ୁ ନାହାଁନ୍ତି । ଏହି ରୋଗର ଚିକିତ୍ସା ପାଇଁ ଅନେକଙ୍କୁ ମୋଟା ଅଙ୍କର ଟଙ୍କା ସାରିବାକୁ ପଡ଼ିଥାଏ । ମାତ୍ର ଆମ ପ୍ରକୃତିରେ ଏମିତି ଏକ ଗଛ ଅଛି ଯାହା ହୃଦ୍ ରୋଗଠାରୁ ଆମକୁ ରକ୍ଷା କରି ପାରିବ । ଏହି ଗଛଟି ହେଉଛି ଅର୍ଜୁନ ଗଛ।

ଭାରତର ପ୍ରାୟ ସମସ୍ତ ଅଞ୍ଚଳରେ ଅର୍ଜୁନ ଗଛ ଦେଖାଯାଇଥାଏ । ବିଶେଷ କରି ଓଡ଼ିଶାର ସମସ୍ତ ସ୍ଥାନରେ ଏହି ଗଛ ଦେଖାଯାଏ । ଅର୍ଜୁନ ଗଛ ଆମ ହୃଦୟକୁ ସୁରକ୍ଷିତ କରିବା ସହ ହୃଦ୍ରୋଗରୁ ରକ୍ଷା କରିଥାଏ । କେବଳ ହୃଦ ରୋଗ ନୁହେଁ ରକ୍ତଚାପ, ଜ୍ୱର, ମଧୁମେହ, କଫ, ପିତ୍ତ, ଶୋଥ, କ୍ଷତ, ରକ୍ତପିତ୍ତ ଓ ବ୍ରଣ ଆଦିରୋଗରୁ ରକ୍ଷା କରିଥାଏ ।

ଏହି ଗଛର ଛାଲି ହୃଦୟ ପାଇଁ ଉପକାରୀ ହୋଇଥାଏ । ପ୍ରତ୍ୟେକ ଦିନ ଅର୍ଜୁନ ଗଛର ଛାଲି ୨୫ ଗ୍ରାମ ନେଇ ୨୦୦ ମିଲିଲିଟର କ୍ଷୀର ଏବଂ ୮୦୦ ମିଲିଲିଟର ପାଣି ମିଶାଇ ଅଳ୍ପ ଆଞ୍ଚରେ ଫୁଟାନ୍ତୁ ।

ଏହା ଭଲଭାବରେ ଫୁଟି ୨୦୦ ମିଲିଲିଟର ରଖନ୍ତୁ । ଏହି ମିଶ୍ରଣ ଶୀତଳ ହେବାପରେ ତାହାକୁ ଛାଣି ଦୁଇ ଭାଗ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପିଅନ୍ତୁ ।

ଯାହାକି ଆମକୁ ବଳ ଦେବା ସହ ହୃଦୟର ସମସ୍ତ ରୋଗରୁ ରକ୍ଷା କରିଥାଏ । ସେହିଭଳି ଏହାର ଛେଲିକୁ କ୍ୱାଥକୁ ଚିନି ସହ ମିଶାଇ ଖାଇଲେ ବିଷଦୋଷ କଟିଥାଏ ।

ଲୋଧ ସହିତ ଏହାର ଫୁଲ ବା ପତ୍ରକୁ ବାଟି ଲଗାଇଲେ ଚମ ଉକୁଣୀ ଭଲ ହୋଇଥାଏ ।

କାସ, ରାଜଯକ୍ଷ୍ମା ଆଦିରେ ଏହାର ଛେଲି ଗୁଣ୍ଡକୁ ବାସଙ୍ଗ ପତ୍ର ରସ, ଗାଈ ଘିଅ ଓ ମହୁରେ ମିଶାଇ ଖାଇଲେ ଭଲ ହୋଇଯିବ ।

ଏହାର ପତ୍ରରେ ଗାଈ ଘିଅ ଲଗାଇ ଯେ କୌଣସି ଘାଆ ଉପରେ ଲଗାଇଲେ ତାହା ଖୁବ୍ ଶୀଘ୍ର ଭଲ ହୋଇଯାଇଥାଏ ।

Comments are closed.