Latest Odisha News

BREAKING NEWS

ଆପଣ ମାଠିଆ ପାଣି ପିଉଛନ୍ତି କି? ଜାଣନ୍ତୁ ଏହାର ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ପୂର୍ବରୁ ଲୋକମାନେ ଜଳ ସଂରକ୍ଷଣ ପାଇଁ ମାଠିଆ ବ୍ୟବହାର କରୁଥିଲେ । ଏହାର କାରଣ ହେଲା ମାଟି ପାତ୍ରରେ ଥିବା ପାଣି ସ୍ୱାଭାବିକ ଭାବେ ଥଣ୍ଡା ରହିଥାଏ । ଏଥି ସହିତ, ଆମର ପୂର୍ବଜମାନେ ଜାଣିଥିଲେ ଯେ ଏହାର ଜଳ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ । ଆଜିକାଲି ପ୍ରତ୍ୟେକ ଘରେ ରେଫ୍ରିଜରେଟର ବ୍ୟବହାର ଯୋଗୁଁ, ମାଠିଆର ବ୍ୟବହାର ହ୍ରାସ ପାଇଛି । କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ, ମାଟି ପାତ୍ରରେ ରଖାଯାଇଥିବା ପାଣି ପିଇବା ସ୍ୱାସ୍ଥ୍ୟପାଇଁ ଲାଭ ଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମାଠିଆ ପାଣି ପିଇବାର ସ୍ଵାସ୍ଥ୍ୟଗତ ଫାଇଦା ବିଷୟରେ ।

ଯେହେତୁ ମାଠିଆ ମାଟିରେ ପ୍ରସ୍ତୁତ ହୋଇଥାଏ ତେଣୁ ଏହା ଜୀବାଣୁ ନାଶକ ।  ମାଠିଆ ପାଣି ପିଇବା ଦ୍ୱାରା ଅଜୀର୍ଣ୍ଣ ସମସ୍ୟା ଅନେକାଂଶରେ ଦୂର ହୋଇଥାଏ । କ୍ଳାନ୍ତିରୁ ମଧ୍ୟ ଏହି ପାଣି ଉପଶମ ଦିଏ । ଯଦି ଶରୀରର କୌଣସି ସ୍ଥାନରୁ ରକ୍ତ କ୍ଷରଣ ହେଉଛି ତେବେ ସେଠାରେ ମାଠିଆ ପାଣି ଢ଼ାଳିଲେ ରକ୍ତ କ୍ଷରଣ ଅନେକାଂଶରେ ବନ୍ଦ ହୋଇଯାଏ । ସକାଳୁ ଉଠି ମାଠିଆ ପାଣି ପିଇବା ଦ୍ୱାରା ଆଖି ଓ ହାର୍ଟ ସୁସ୍ଥ ରହିଥାଏ । ପେଟଜନିତ ସମସ୍ୟା ବିଶେଷଭାବରେ ଗ୍ୟାଷ୍ଟ୍ରିକ ରୋଗୀଙ୍କ ପାଇଁ ଏହି ପାଣି ବେଶ୍‌ ଉପକାରୀ । ଯଦି ଆପଣଙ୍କର ଆଜମା ଜନିତ ସମସ୍ୟା ରହିଛି ତେବେ ମାଠିଆ ପାଣିଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରୁଖନ୍ତୁ । ପ୍ରତିଦିନ ମାଠିଆରୁ ବାସି ପାଣି ବାହାର କରି ପରିଷ୍କାର ପାଣି ଭର୍ତ୍ତି କରନ୍ତୁ । କାରଣ ମାଠିଆରେ ପାଣି ଅଧିକ ଦିନ ବ୍ୟବହୃତ ନ ହୋଇ ରହିଲେ ସେଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି । ତେଣୁ ପ୍ରତିଦିନ ମାଠିଆ ପାଣିକୁ ବଦଳାଇ ଦିଅନ୍ତୁ ।

Leave A Reply

Your email address will not be published.