ଭୁବନେଶ୍ୱର: ହିନ୍ଦୁ ଧର୍ମରେ କଦଳୀ ଗଛର ଅନେକ ମହତ୍ତ୍ୱ ରହିଛି । ଯେକୌଣସି ଶୁଭ କାର୍ଯ୍ୟ ହେଲେ ଆଗ ଖୋଜା ପଡେ କଦଳୀ ବୃକ୍ଷ । ବିଭିନ୍ନ ପୂଜାପର୍ବ ହେଉ କିମ୍ବା ବହୁ ସମୟରେ ଆମେ କଦଳୀ ପତ୍ରରେ ଖାଦ୍ୟ ଖାଇଥାଉ। ଆମ ହିନ୍ଦୁ ଧର୍ମରେ ଏହାକୁ ଅତ୍ୟନ୍ତ ଶୁଭ ଭାବେ ବିବେଚନା କରାଯାଇଥାଏ। କଦଳୀ ପତ୍ରରେ ଖାଇଲେ କ’ଣ ହୋଇଥାଏ ଫାଇଦା, ଆସନ୍ତୁ ଜାଣିବା
ଖାଦ୍ୟ ଗରମ ଥିବା ସମୟରେ ଏହାକୁ କଦଳୀ ପତ୍ରରେ ଖାଇବା ଉଚିତ। ଏହାଦ୍ୱାରା କଦଳୀ ପତ୍ରରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟ ସହ ଆମ ଦେହରେ ପ୍ରବେଶ କରିଥାଏ। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ।
କଦଳୀ ପତ୍ରରେ ଭଗବାନଙ୍କ ନିକଟରେ ଭୋଗ ଲଗାଯାଇଥାଏ । ତେଣୁ ଏଥିରେ ଖାଇବା ଦ୍ୱାରା ମନରେ ସାତ୍ଵିକ ଓ ଧାର୍ମିକ ଭାବନା ସୃଷ୍ଟି ହୋଇଥାଏ।
କଦଳୀ ପତ୍ରରେ ବହୁ ପ୍ରକାର ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଏହି ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଆମକୁ ବିଭିନ୍ନ ଆଣ୍ଟି-ଅକ୍ସିଡ଼ାଣ୍ଟ ମିଳିଥାଏ। ଯାହା ଆମ ତ୍ୱଚା ପାଇଁ ଖୁବ ଲାଭଦାୟକ ହୋଇଥାଏ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏଥିରେ ଖାଇବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ। କଦଳୀ ପତ୍ରରେ ରଖି ଖାଦ୍ୟ ଖାଇଲେ ଏଥିରୁ ଏକ ଭିନ୍ନ ଆତ୍ମସନ୍ତୋଷ ଲାଭ ହୋଇଥାଏ।
Comments are closed.