Latest Odisha News

BREAKING NEWS

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ପିଜୁଳି

ଦିଲ୍ଲୀ: ପିଜୁଳି ହେଉଛି ଏକ ଏମିତି ଫଳ  । ଯାହାକୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି  । ପିଜୁଳିର ମୂଲ୍ୟ ବେଶୀ ଅଧିକ ନୁହେଁ , ମାତ୍ର ଶରୀର ପାଇଁ ଏହା ବହୁ ଉପକାରୀ  ।   ଆସନ୍ତୁ ଜାଣିବା ପିଜୁଳି ଖାଇବା ଆମ ଶରୀର ପାଇଁ କେତେ ଉପକାରୀ । ପିଜୁଳିକୁ ଭିଟାମିନ୍ ସି ର ଏକ ସମୃଦ୍ଧ ଉତ୍ସ ଭାବରେ ବିବେଚନା କରାଯାଏ  ।  ଯାହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ  । ଏହା ହଜମ ପ୍ରକ୍ରିୟାରେ ମଧ୍ୟ ସହାୟକ ହୁଏ  । କୋଷ୍ଠକାଠିନ୍ୟ ପରି ପେଟ ସମସ୍ୟାରୁ ବି ମୁକ୍ତି ଦେଇଥାଏ  । କାରଣ ଏଥିରେ କମ୍ କ୍ୟାଲୋରୀ ଏବଂ ଅଧିକ ଫାଇବର ଥାଏ  ।

ଯେଉଁମାନେ ପିଜୁଳି  ଖାଆନ୍ତି, ସେମାନଙ୍କର ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ  । ମଧୁମେହ ରୋଗୀ ଏହି ଫଳ ଖାଇବା ଆବଶ୍ୟକ । ଏହି ଫଳ ଅନ୍ତନଳୀକୁ ସଫା ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ପିଜୁଳିରେ ଅଧିକ ପରିମାଣର ପୋଟାସିୟମ୍ ରହିଥାଏ  । ଯାହା ଆମ ହାର୍ଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ପିଜୁଳିରେ ଥିବା ଭିଟାମିନ୍ ଏ ଆମ ଦୃଷ୍ଟି ଶକ୍ତିକୁ ତୀକ୍ଷ୍ଣ କରିଥାଏ  । ଆମ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ପିଜୁଳି ବେଶ୍ ସହାୟକ ହୋଇଥାଏ  । ଏତଦବ୍ୟତୀତ ପିଜୁଳିରେ ପୋଷକ ତତ୍ତ୍ୱ ଅଧିକ  ରହିଥାଏ  । ଯାହା ଶରୀରର ଅନେକ ଅଙ୍ଗରେ ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ କର୍କଟ ରୋଗୀଙ୍କ ପାଇଁ ଅତି ଉପଯୋଗୀ ହୋଇଥାଏ  ।

 

Leave A Reply

Your email address will not be published.