ଧନଦାତ୍ରୀ ବିଷ୍ଣୁପତ୍ନୀ ମାତା ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା ଏକଥା ସମସ୍ତେ ଜାଣିଥିବେ । ତଥାପି ପେଚାକୁ ଶୁଭ ବା ଅଶୁଭ ରୂପେ ବିଶ୍ୱାସ କରାଯାଏ । ପେଚାକୁ ନେଇ ଆମ ସମାଜରେ ବିଭିନ୍ନ ପ୍ରକାରର ମାନ୍ୟତା ପ୍ରଚଳିତ ହୁଏ । ତାହେଲେ ଆସନ୍ତୁ ଜାଣିବା ଏହି ମାନ୍ୟତା ବିଷୟରେ ଯାହାକୁ ଲୋକେ ବିଶ୍ୱାସ କରନ୍ତି ।
ଶୁଭ: କେତେବେଳେ
୧. ପ୍ରାତଃ ବା ବ୍ରାହ୍ମ ମୂହୁର୍ତ୍ତରେ ପୂର୍ବ ଦିଗରେ ପେଚା ଦେଖାଯାଏ ଯଦି କିମ୍ବା ତାର ସ୍ୱର ଶୁଣିବାକୁ ମିଳେ, ତେବେ ତାହା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ଏହା ଦ୍ବାରା ଧନ ପ୍ରାପ୍ତିର ସୂଚନା ପ୍ରାପ୍ତ ହୋଇଥାଏ ।
୨. କୌଣସି ରୋଗୀକୁ ପେଚା ଛୁଇଁ ଚାଲିଯାଏ ଯଦି କିମ୍ବା ରୋଗୀ ଉପରେ ଉଡି ଚାଲିଯାଏ, ଏହା ଦ୍ବାରା ବହୁତ ଶୀଘ୍ର ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବାର ସମ୍ଭାବନା ଷୃଷ୍ଟି ହୋଇଥାଏ ।
୩. ଯଦି ଆପଣଙ୍କ ଘର ଉପରେ ଧଳା ପେଚା ବସିଛି ତେବେ ଏହା ଶୁଭ ସଂକେତ। ଯଦି ଅକସ୍ମାତ ଧଳା ପେଚାଟି ଘର ଭିତରକୁ ପଶି ଆସେ ତାହାଲେ ଧନପ୍ରାପ୍ତି ହେବ ବୋଲି ଜାଣନ୍ତୁ ।
୪. ଯଦି ଗର୍ଭବତୀ ମହିଳା ପ୍ରସବ ପାଇଁ ଯିବା ସମୟରେ ପେଚା ଦେଖାହୁଏ ତାହେଲେ ଯାଆଁଳା ଶିଶୁ ଜନ୍ମ ହେବାର ଶାସ୍ତ୍ରମତ ରହିଛି ।
ଅଶୁଭ: କେତେବେଳେ
୧. ପେଚା ଗୃହର ଶୀର୍ଷରେ ବସିକି ଯଦି ଚିତ୍କାର କରେ, ତେବେ ପରିବାରର କୌଣସି ସଦସ୍ୟଙ୍କ ଅକାଳ ବିୟୋଗ ହେବାର ସମ୍ଭାବନା ରହିଥାଏ ।
୨. ଗୃହର ମୁଖ୍ୟଦ୍ବାର ନିକଟରେ ପେଚା ଯଦି ତିନି ଦିନ ଧରି କାନ୍ଦେ ତେବେ ସେହି ଘରୁ ଚୋରି ବା ଧନହାନି ହେବାର ସମ୍ଭାବନା ରହିଥାଏ ।
୩. ଯଦି ଧଳା ପେଚାକୁ ରାସ୍ତାରେ ଦେଖନ୍ତି ତେବେ ତାହା ଶୁଭ ଖବର ଦେଇଥାଏ । କିନ୍ତୁ କଳା ପେଚା ଦେଖିବା ଅଶୁଭ ।
୪. କଳା ପେଚା ଯଦି ଘର ଉପରେ ବସେ କିମ୍ବା ଘର ଭିତରକୁ ଧସେଇ ପଶିଯାଏ ତାହା ଅଶୁଭ ।
ଏହାର ପ୍ରତିକାର ସ୍ୱରୂପ ଯେକୌଣସି ରବିବାର ଦିନ କ୍ଷୀର, ଗୁଡ ଏବଂ କଦଳୀକୁ ଚକଟି ଜଣେ ବ୍ରାହ୍ମଣକୁ ଖାଇବାକୁ ଦିଅନ୍ତୁ ଏବଂ ମା ଲକ୍ଷ୍ମୀଙ୍କର ବ୍ରତ ୭ଗୁରୁବାର ପର୍ୟ୍ୟନ୍ତ କରିବେ ।
Comments are closed.