Latest Odisha News

ସିଏବି ପ୍ରଥମଶ୍ରେଣୀ କ୍ରିକେଟରେ ମ୍ୟାଚ ଫିକ୍ସିଂ ଅଭିଯୋଗ

କୋଲକାତା: ପୂର୍ବତନ କ୍ରିକେଟର ଶ୍ରୀବତ୍ସ ଗୋସ୍ୱାମୀ ବେଙ୍ଗଲ କ୍ରିକେଟ ଆସୋସିଏଶନର ପ୍ରଥମ ଶ୍ରେଣୀ କ୍ରିକେଟରେ ମ୍ୟାଚ ଫିକ୍ସିଂ ପରି ମାରାତ୍ମକ ଅଭିଯୋଗ ଆଣିଛନ୍ତି । ଏହା ପରେ ସିଏବି ଅଧ୍ୟକ୍ଷ ସ୍ନେହାଶୀଷ ଗାଙ୍ଗୁଲି ଏହାର ରିପୋର୍ଟ କମିଟିକୁ ମଗାଇଛନ୍ତି । ଗୋସ୍ୱାମୀ ସୋସିଆଲ ମିଡିଆରେ ୨ଟି ଭିଡିଓ ଏହାର ପ୍ରମାଣ ବାବଦକୁ ଶେୟାର କରିଛନ୍ତି । ଟାଉନ କ୍ଲବ ବିପକ୍ଷରେ ମୋହମ୍ମଡାନ ସ୍ପୋର୍ଟିଂ କ୍ଲବର ବ୍ୟାଟ୍ସମ୍ୟାନଙ୍କ ଆଉଟ ହେବା ଶୈଳୀକୁ ନେଇ ସେ ସନ୍ଦେହ ବ୍ୟକ୍ତ କରିଛନ୍ତି । ଆପଣମାନେ ଜାଣି ପାରୁଛନ୍ତି ଏଠାରେ କଣ ହେଉଛି ? ୨ଟି ବଡ ଟିମ ଯଦି ଏ ଭଳି କରିବେ ତାହାହେଲେ ଆମେ କଣ କରିପାରିବା ? ମୁଁ କ୍ରିକେଟକୁ ବହୁତ ଭଲ ପାଏ । ତେବେ ଏ ଭଳି ଘଟଣା ବ୍ୟଥୀତ କରୁଛି ବୋଲି ସେ ଲେଖିଛନ୍ତି ।

ଗୋସ୍ୱାମୀଙ୍କ ଭିଡିଓରେ ଜଣେ ବ୍ୟାଟ୍ସମ୍ୟାନ ଷ୍ଟମ୍ପ ଆଡକୁ ଆସୁଥିବା ବଲକୁ ଛାଡି ଆଉଟ ହେଉଥିବା ବେଳେ ଅନ୍ୟ ଜଣେ ୱାଇଡ ବଲରେ କ୍ରିଜ ବାହାରକୁ ଆସି ଷ୍ଟମ୍ପ ଆଉଟ ହେଉଛନ୍ତି । ଏହି ମ୍ୟାଚରେ ଟାଉନ କ୍ଲବ ଶକୀବ ହବୀବ ଗାନ୍ଧୀଙ୍କ ୨୩୩ ରନ ସହାୟତାରେ ୪୪୬ ରନ କରିଥିଲା । ଜବାବରେ ମୋହମ୍ମଡାନ ୯ ୱିକେଟରେ ୨୮୧ ରନ କରିପାରିଥିଲା । ବେଙ୍ଗଲ କ୍ରିକେଟ ଆସୋସିଏଶନ ଏ ନେଇ ଏକ ବୈଠକ ଡକାଇଛନ୍ତି ।

Leave A Reply

Your email address will not be published.